Odiapua.com

ବାଇକ ଧକ୍କାରେ ଯୁବକ ମୃତ୍ୟୁ

କୋରାପୁଟ ୧୯-୧୦(ଓଡିଆ ପୁଅ/ରଂଜନ କୁମାର ଦାସ) ଗ୍ରାମରେ ସାଙ୍ଗମାନଙ୍କ ସହ ସଂଧ୍ୟାଭ୍ରମଣ କରୁଥିବା ବେଳେ ଏକ ବାଇକ ଧକ୍କାରେ ଜଣେ ଯୁବକର ମୃତ୍ୟୁହୋଇଥିବା ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ସାନଚିନ୍ଦ୍ରୀ ଗ୍ରାମର ଚୈତନ୍ୟ ଜାନି(୧୮ ବର୍ଷ)  ନିଜ ସାଙ୍ଗମାନଙ୍କ ସହ ରାସ୍ତା କଡରେ ଭ୍ରମଣ କରୁଥିବା ବେଳେ ପାଇକପୁକି ଗ୍ରାମର ସୁରେଶ ହିଆଲ କୋରାପୁଟକୁ ଆସୁଥିବା ସମୟରେ ଚୈତନ୍ୟକୁ ଧକ୍କା ଦେଇଥିଲା ।ଗୁରୁତର ଅବସ୍ଥାରେ ଚୈତନ୍ୟ ଓ ବାଇକ ଚାଳକ ସୁରେଶ ଘଟଣାସ୍ଥଳରେ ପଡି ରହିଥିଲେ ।କଫି ଉନ୍ନୟନ ଟ୍ରଷ୍ଟର ଅଧିକାରୀ ଦାୟାସିନ୍ଧୁ ବାଗ କୋରାପୁଟ ଆସୁଥିବା ବେଳେ ୨ ଜଣ ପଡି ରହିଥିବା ଦେଖିବାକୁ ପାଇ ନିଜ ଅଫିସ ଗାଡିରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଅଣିଥିଲେ ।ହସପିଟାଲରେ ପହିଚିଂବା ପରେ  ଚୈତନ୍ୟକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ବାଇକ ଚାଳକ ସୁରେଶ କୋରାପୁଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।