Odiapua.com

ବସ ଓ ବାଇକ ଧକ୍କା ; ବାଇକ ଚାଳକର ମୃତ୍ୟୁ 

କୋରାପୁଟ ୨୩-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ବସ ଓ ବାଇକ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି।କୋରାପୁଟରୁ ସେମିଲିଗୁଡା ଯାଉଥିବା ଯୀଶୁ ନାମକ ଘରୋଇ ବସକୁ ସେମିଲିଗୁଡାର ସୁନାବେଡା ଆସୁଥିବା ଏକ ବାଇକ ଚାଳକ ବସନ୍ତ କୁମାର ସାହୁ ସୁନାବେଡା ହାଲ ଗେଷ୍ଟହାଉସ ସମ୍ମୁଖରେ ଧକ୍କା ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବାଇକ ଚାଳକ ସୁନାବେଡା ଡ୍ରାଇଭର କଲୋନୀର ବୋଲି ଜଣାପଡିଛି।