Odiapua.com

ବସଷ୍ଟାଣ୍ଡରେ ଥିବା ମଦ ଦୋକାନକୁ ସ୍ଥାନାନ୍ତରିତ କରିବାକୁ  ଦାବି /ନବୀକରଣ କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ ହେବ

କୋରାପୁଟ ; ତା୧୬-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବସଷ୍ଟାଣ୍ଡର ନବୀକରଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ପରିସ୍ଥିତି ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର  ପରିଦର୍ଶନ କରିଥିଲେ ।ବସଷ୍ଟାଣ୍ଡ ଉପର ମହଳାରେ ଅନେକ ବର୍ଷ ପୁର୍ବେ  ନିର୍ମାଣ କରାଯାଇଥିବା ଗୃହ ସୁରକ୍ଷିତ ଅଛି କି ନାହିଁ ତାହା ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଉପସ୍ଥିତ ପିଡବ୍ଲୁଡି ବିଭାଗର ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଯଦି ସୁରକ୍ଷିତ ନାହିଁ ତାହା ହେଲେ ସଂପୂର୍ଣ୍ଣ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।ହାଇକୋର୍ଟରେ ରହିଥିବା କେସଟି ଖାଲି କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।କୋରାପୁଟ ବସଷ୍ଟାଣ୍ଡରେ ସରକାରୀ ଷ୍ଟଲରେ ମଦ ଦୋକାନ  ରହିଥିବାରୁ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ଚାଲୁଥିବା ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।ମଦ ଦୋକାନଟି ସ୍ଥାନାନ୍ତରିତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ ବୋଲି ଜଣାପଡିଛି ।ଡ୍ରାଇଭର , କ୍ଲିନର     ଓ ଯାତ୍ରୀମାନଙ୍କ ରହଣୀ ନିମନ୍ତେ ପ୍ରତୀକ୍ଷାଳୟ ନିର୍ମାଣ କରାଯିବ ବୋଲି କୋରାପୁଟ ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ ପ୍ରକାଶ କରିଛନ୍ତି ।ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଉକ୍ତ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଡିପିଆର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ରାଜ୍ୟ ସରକାର ମୋଟ ଅଟକଳର ୮୦ ପ୍ରତିଶତ ଅର୍ଥ ପ୍ରଦାନ କରିବାକୁ ଥିବା ବେଳେ ୨୦ ପ୍ରତିଶତ କୋରାପୁଟ ମ୍ୟୁନସପାଲଟି ବହନ କରିବ ବୋଲି ସେ ସୂଚନା ଦେଇଛନ୍ତି ।କୋରାପୁଟ ପିଡବ୍ଲୁଡି ଡିଭିଜନ ନବୀକରଣ କାର୍ଯ୍ୟ କରିବ ଓ ଏହା ୬ ମାସ ମଧ୍ୟରେ ଶେଷ ହେବ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲା ସୂଚନା ଓଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ , କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ତଥା କୋରାପୁଟ ମ୍ୟନସିପାଲଟିର ଭାରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ମନୋଜ ଗଡନାୟକ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ ।