Odiapua.com

ବସନ୍ତଙ୍କୁ ବାସନ୍ଦ; ଉତୁରିନି ନିର୍ବାଚନୀ ନିଶା !

ଭୁବନେଶ୍ୱର: ସିଏଏ ସପେକ୍ଷରେ ବିଜେପି ଏବେ କରୁଛି ରାଷ୍ଟ୍ରବ୍ୟାପୀ ସମାବେଶ।ଓଡ଼ିଶାରେ ମଧ୍ୟ ଚାଲିଛି ସମାବେଶ।ଏଣେ ରାଜ୍ୟ ସଭାପତି ନିର୍ବାଚନ ହେବାକୁ ଥିବା ବେଳେ ସିଏଏ ପାଇଁ ବୋଧେ ତାହା ଅଟକି ଯାଇଛି।କେବଳ ମଣ୍ଡଳ ନିର୍ବାଚନ ଏବଂ ଜିଲ୍ଲା ସଭାପତି ନିର୍ବାଚନ ସରିଛି।ଅର୍ଥାତ୍ ଜିଲ୍ଲା କମିଟି ଏବଂ ମଣ୍ଡଳ କମିଟି ଆଦି ଭାଙ୍ଗି ସାରିଛି।ଏହାପରେ ନୂଆ ସଭାପତି ଜିଲ୍ଲା ଏବଂ ମଣ୍ଡଳ କମିଟି ଚୟନ କରିବେ।କିନ୍ତୁ, ବସନ୍ତ ପଣ୍ଡା ଏବେ ବି ସଭାପତି ଅଛନ୍ତି, ତେଣୁ ରାଜ୍ୟ ଟିମ୍ ମଧ୍ୟ ରହିଛି।ନୂତନ ସଭାପତି ହେବା ପରେ ରାଜ୍ୟ ଟିମ୍ ସ୍ଵାଭାବିକ ଭାବରେ ଭାଙ୍ଗିଯିବ।ଏହାପରେ ନୂତନ ସଭାପତି ଚୟନ କରିବେ ତାଙ୍କ ଟିମ୍।

 

ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ; ଛାଡ଼ୁ ନାହାଁନ୍ତି ଓଡ଼ିଶା !

 

କିନ୍ତୁ, ଏବେ ଚାଲିଥିବା ସିଏଏ ସପକ୍ଷ କାର୍ଯ୍ୟକ୍ରମରେ ସତେ ଯେପରି ରାଜ୍ୟ ସଭାପତି ବସନ୍ତ ପଣ୍ଡା ବାସନ୍ଦ ହୋଇଯାଇଛନ୍ତି।ପୋଷ୍ଟର, ବ୍ୟାନର ବା ସୋସିଆଲ ମିଡିଆ ପୋଷ୍ଟରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ କେତେବେଳେ କେମିତି ହୁଏତ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ସ୍ଥାନ ପାଇଯାଉଛନ୍ତି, କିନ୍ତୁ ସେପରି ଭାବରେ ସ୍ଥାନ ପାଉନାହାଁନ୍ତି ବସନ୍ତ ପଣ୍ଡା।କିନ୍ତୁ, ଏଣେ ନିର୍ବାଚନୀ ନିଶା ବୋଧେ ଏ’ ପର୍ଯ୍ୟନ୍ତ ଉତୁରିନି, ପୋଷ୍ଟର, ବ୍ୟାନର ବା ସୋସିଆଲ ମିଡିଆ ପୋଷ୍ଟରେ ସ୍ଥାନ ପାଉଛନ୍ତି ବିଧାନସଭା କ୍ଷେତ୍ର ପାଇଁ ୨୦୧୯ରେ ପାର୍ଥି ହୋଇଥିବା ପରାଜିତ ନେତା ଆଉ ନେତ୍ରୀ।ସେହିପରି ଜିଲ୍ଲା କମିଟି ଭାଙ୍ଗି ସାରିଥିବା ବେଳେ ପୂର୍ବ ଦାୟିତ୍ୱରେ ଥିବା ଜିଲ୍ଲା ସ୍ତରୀୟ ନେତାନେତ୍ରୀ ନିଜ ପଦବୀକୁ ଜାବୁଡ଼ି ଧରି ବସିଛନ୍ତି।/-ଦେବଦତ୍ତ ରଥ

ଅପରାଜିତାଙ୍କ ଶକ୍ତି ପ୍ରଦର୍ଶନ: ଅଜିତା ପରେ ୟୁଥ୍ ଫର୍ ଆକ୍ସନ୍!