Odiapua.com

ବର୍ଷା ପାଣି ଯୋଗୁଁ ରାସ୍ତା ପାର୍ଶ୍ୱରୁ ଧସୁଛି ମାଟି ଅତଡ଼ା

କୋରାପୁଟ ୭/୭ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ଗ୍ରାମ ପଞ୍ଚାୟତର ପୂଜାରୀ ପୁଟ ପୋଲ ନିକଟ ରାଜରାସ୍ତା ପାର୍ଶ୍ବରେ ବର୍ଷା ପାଣି ଯୋଗୁଁ ଧସିବାରେ ଲାଗିଛି ମାଟି ଅତଡ଼ା।

ସୂଚନାଅନୁଯାୟୀ ଜୟପୁର ଲମତାପୁଟ ଭାୟା ହୋଇ ବିଶାଖାପାଟଣାମକୁ ସଂଯୋଗ କରୁଥିବା ରାସ୍ତା ଏବଂ ସେମିଳିଗୁଡା ନନ୍ଦପୁର ଭାୟାଦେଇ ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶକୁ ଯାଉଥିବା ବେଳେ ରାସ୍ତାର ଗୋଟିଏ ପାର୍ଶ୍ବରେ ପାତାଳି ନଦୀ କୂଳପାଣିରେ ଧୋଇ ହୋଇ ରାସ୍ତା ପାର୍ଶ୍ୱରେ ମାଟି ଅତଡ଼ା ଧସି ରାସ୍ତା ଦୁର୍ବଳ ହେବାରେ ଲାଗିଛି। ଯଦି ଦୁଇ ରୁ ତିନି ଦିନ ଧରି ବର୍ଷା ଲାଗି ରହେ ତେବେ ରାସ୍ତାରେ ପାର୍ଶ୍ୱର ମାଟି ଅତଡା ସମ୍ପୂର୍ଣ୍ଣ ରୂପେ ଧୋଇହୋଇଯିବାସହ ରାସ୍ତାର ପିଚୁମଧ୍ୟ ଧୋଇ ହୋଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଶୀଘ୍ର ଏହି ସ୍ଥାନରେ ତୁରନ୍ତ ସୁରକ୍ଷା ପାଚେରୀ କିମ୍ବା ବାଲି ବସ୍ତା ପକାଇବା ସହ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।