Odiapua.com

ବର୍ଷାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

କୋରାପୁଟ ୨୯-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଲଘୁଚାପଜନିତ ବର୍ଷା ୩ ଦିନ ହେବ ଲାଗିରହିଥିବା ବେଳେ ବାଟମଙ୍ଗଳାଠାରୁ ମେଡିକାଲ କଲେଜକୁ ଯାଇଥିବା ରାସ୍ତାରେ ବିଦ୍ୟୁତପୋଲ ରାସ୍ତାରେ ପଡିଯାଇଥିବା ନଜର କରାଯାଇଥିଲା। ୭ ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବାରୁ ଷ୍ଟ୍ରିଟଲାଇଟଗୁଡିକ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଲିଥିଲା।ଏହି ଖବର ମିଳିବା ପରେ କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟନାୟକ, ସାଉଥକୋ ଏସଡିଓ ହିମାଂଶୁ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ମନୋରଂଜନ ମାର୍ଥା ପ୍ରମୁଖ ଘଟଣାସ୍ଥଳରେ ପହଂଚିଥିଲେ। ରାସ୍ତାରେ ପଡିଥିବା ବିଦ୍ୟୁତଖୁଂଟି ଗୁଡିକ ହଟାଯିବା ପରେ ଚଳାଚଳ ସ୍ୱଭାବିଜ ହୋଇଥିଲା।ଏହି ରାସ୍ତା ଦେଇ ଆମ୍ବୁଲାନ୍ସଠାରୁ ଆରମ୍ଭ ଅନେକ ବ୍ୟକ୍ତି ଯିବାଆସିବା କରନ୍ତି। ଅଳ୍ପଦିନ ତଳେ ବିଦ୍ୟୁତଖୁଂଟ ପୋତାଯାଇଥିବା ବେଳେ ବର୍ଷା ପରେ ଭୁଷୁଡିଯାଇଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇବା ସହ ନିମ୍ନମାନର କାର୍ଯ୍ୟକରାଯାଇଥିବା ଅଭିଯୋଗ କରାଯାଇଛି। ଗତ ୨୫ ତାରିଖରେ ସାଉଥକୋ ଏସଡିଓଙ୍କ ତରଫରୁ ଏକ ଚିଠି ରାସ୍ତା ଓ କୋଠାବାଡି ନିର୍ବାହୀଯନ୍ତ୍ରୀଙ୍କୁ ପ୍ରେରଣ କରାଯାଇଥିଲା। ଯେଉଁଥିରେ ଉକ୍ତ କାମ ନିମ୍ନମାନ ଓ ଆରଇସି ମାନଦଣ୍ଡକୁ ଉଲଘଂନ କରାଯାଇଥିବା ଲେଖାଯିବା ସହ ଏଲଟି ବିଦ୍ୟୁତ ତାର ତଥା ବିଦ୍ୟୁତଖୁଂଟି ଯୋଗୁଁ କୈାଣସି ଅଘଟଣ ଘଟିଲେ ସାଉଥକୋ ଦାୟୀ ରହିବ ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା।ଚିଠି ପାଇବାପରେ ମଧ୍ୟ ଜିଇଡି କାହିଁକି ପଦକ୍ଷେପ ନେଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।ସୂଚନାଯୋଗ୍ୟ ଯେ ମେଡିକାଲ କଲେଜ ଓ ହସପିଟାଲକୁ ସଂଯୋଗ କରୁଥିବା ରାସ୍ତାଗୁଡିକର କାର୍ଯ୍ୟ ରାସ୍ତା ଓ କୋଠାବାଡି ବିଭାଗ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ କରୁଥିବା ବେଳେ ନୂତନ ବିଦ୍ୟୁତଖୁଂଟି ଓ ଏଲଟି ବିଦ୍ୟୁତ ତାର କାର୍ଯ୍ୟ ଜିଇଡି ଟେଣ୍ଡର ମାଧ୍ୟମରେ ନେଇ କାର୍ଯ୍ୟ କରୁଛନ୍ତି।