Odiapua.com

ବର୍ଷାରେ କୋରାପୁଟ ବେହାଲ ; ୨୪ ଘଂଟାରେ ୧୭୧୮.୬ ମିମି ବର୍ଷା

କୋରାପୁଟ ୨୯-୦୭-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଲଗାଣ ବର୍ଷାରେ କୋରାପୁଟ ଜିଲା ବେହାଲ୍ ହୋଇ ପଡିଛି। ବିଭିନ୍ନ ନଦୀ ଓ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲାରେ ୧୭୧୮.୬ ମିମି ବର୍ଷା ହୋଇଥିବାବେଳେ କୋଟପାଡ ବ୍ଲକରେ ସର୍ବାଧିକ ୧୯୩ ମିମି ବର୍ଷା ହୋଇଥିବା ଜଣା ପଡିଛି। ଜିଲା ଜରୁରୀ କାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, କୋରାପୁଟରେ ୧୨୮ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୧୧୪.୪, ପଟ୍ଟାଙ୍ଗିରେ ୭୦.୨, ବନ୍ଧୁଗାଁରେ ୧୨୫, ନନ୍ଦପୁରରେ ୮୯.୬, ଦଶମନ୍ତପୁରରେ ୧୭୩, ନାରାୟଣପାଟଣାରେ ୫୧.୨, ଲକ୍ଷ୍ମୀପୁରରେ ୭୨, ସେମିଲିଗୁଡାରେ ୧୨୮.୪, ଜୟପୁରରେ ୧୪୯.୬, କୁନ୍ଦୁରାରେ ୧୨୮.୬, ବୋରିଗୁମାରେ ୧୨୦.୬ ଏବଂ ବୈପାରିଗୁଡା ବ୍ଲକରେ ୧୭୫ ମିମି ବର୍ଷା ହୋଇଥିବା ଜଣା ପଡିଛି। ତେବେ ଜିଲାରେ କୌଣସି ଧନ ଜୀବନ କ୍ଷୟ କ୍ଷତିର ସୂଚନା ହସ୍ତଗତ ହୋଇ ନଥିବା କାର୍ଯ୍ୟାଳୟ ସୂତ୍ରରୁ କୁହା ଯାଇଛି।