Odiapua.com

ବର୍ଜ୍ୟ ପରିଚାଳନାରେ ଅବହେଳା, ପିଇଓଙ୍କୁ ବିଡିଓଙ୍କ ନୋଟିସ,୩ ଦିନରେ ଜବାବ ତଲବ; ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅବହେଳା ଅଭିଯୋଗରେ ଧାମନଗର ବ୍ଲକର ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଧାମନଗର ବିଡିଓ ଲେଟର ନଂ. ୪୦୫୧ରେ ସେପ୍େଟମ୍ବର ୩ ତାରିଖରେ ଏହି ନୋଟିସ୍ ଜାରି କରିଛନ୍ତି।ନୋଟିସ୍‌ରେ ଦର୍ଶାଯାଇଛି ଯେ, ବର୍ଜ୍ୟବସ୍ତୁ ପରିଚାଳନା ନେଇ ବାରମ୍ବାର ସୂଚନା ଦିଆଯାଇଥିଲେ ମଧ୍ୟ ଅନେକ ପଂଚାୟତରେ ସଫେଇ କର୍ମଚାରୀ ନିଯୁକ୍ତି ସହ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ରହିଛି।ଗ୍ରାମପଂଚାୟତଗୁଡ଼ିକ ନିଜସ୍ୱ ପାଣ୍ଠି ବ୍ୟବହାର କରି ସଫେଇ କର୍ମଚାରୀଙ୍କ ମାଧ୍ୟମରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା କରିବାର ବ୍ୟବସ୍ଥା ଥିବା ସତ୍ୱେ ଏଥିରେ ଅବହେଳା କାହିଁକି କରାଗଲା, ତାହା ନେଇ ଚଋଙମାନଙ୍କଠାରୁ ଜବାବ ତଲବ କରାଯାଇଛି।ସରକାରୀ କାର୍ଯ୍ୟରେ ଅବହେଳା ଓ ନିର୍ଦ୍ଦେଶ ପାଳନରେ ବିଫଳତା ପାଇଁ କାହିଁକି ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେନେଇ ନୋଟିସ୍ ପାଇବାର ୩ ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ ଈଊଙ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୋଟିସ ର ଏକ ନକଲ ଭଦ୍ରକ ଜିଲ୍ଲା ପରିଷଦର ସିଡିଓ-କମ୍‌-ପିଇଓଙ୍କୁ ଅବଗତି ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଦାନ କରାଯାଇଛି। ଏବେ ଚଋଙ ମାନଙ୍କ ଜବାବ ପରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହାକୁ ନେଇ ନଜର ରହିଛି।