Odiapua.com

ବନ ବିଭାଗ ଓଡିଶା ଦ୍ଵାରା ନିର୍ମିତ ସଭାଗୃହ ଉଦ୍ଘାଟିତ

ପଟାଙ୍ଗୀ ୨୧-୮ (ଓଡ଼ିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗୀ ସଦର ମହକୁମା ଅନ୍ତର୍ଗତ ମାଳିପୁଟ ଗ୍ରାମପଞ୍ଚାୟତର ସିପାଇପୁଟ ଗ୍ରାମ ଠାରେ ବନ ବିଭାଗ ଓଡିଶାର କୋରାପୁଟ ବନ ଖଣ୍ଡ ଆମ ଜଙ୍ଗଲ ଯୋଜନା ବନ ସୁରକ୍ଷା ସମିତି ସିପାଇପୁଟ ସେମିଳିଗୁଡା ବନ।ଞ୍ଚଳ ଦ୍ଵାରା ନିର୍ମିତସଭା ଗୃହଟି ଉଦ୍ଘାଟିତ ହୋଇଯାଇଅଛି।

ବନ।ଞ୍ଚଳ ଅଧିକାରୀ ସେମିଳିଗୁଡାର ଜଗନ୍ନାଥ ପ୍ରସାଦ ବିଶୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉଦଘାଟନୀ ଉଚ୍ଚବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ବନ ସେବା ବନ ଖଣ୍ଡ ଅଧିକାରୀ କୋରାପୁଟର ଶ୍ରୀମତୀ ପୂର୍ଣ୍ଣିମା ପି ଯୋଗଦାନ ଦେଇ ନିଜ କରକମଣ୍ଡଳରେ ସଭାଗୃହ ଟିକୁ ଉଦ୍ଘାଟନ କରିଥିଲେ।

ଉଦ୍ଘାଟନୀ କାର୍ଯ୍ୟକ୍ରମ ଶେଷ କରିବା ପରେ ବନ ଖଣ୍ଡ ଅଧିକାରୀ ଶ୍ରୀମତୀ ପୂର୍ଣ୍ଣିମା ଉପସ୍ଥିତ ରହିଥିବା ଗ୍ରାମର, ବନ ସୁରକ୍ଷା ସମିତିର ସଭ୍ୟ ବୃନ୍ଦଙ୍କୁ ଉକ୍ତ ସଭାଗୃହଟିକୁ ଗ୍ରାମର ପିଲାଙ୍କ ପାଠ ପଢା, ପର୍ବ ପର୍ବାଣୀ, କୈଣସି ବୈଠକଆଦି ଭଲ କାର୍ଯ୍ୟରେ ବ୍ୟବହାର କରିବା ନିମନ୍ତେ ଉପଦେଶ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମପରିଚାଳନା ନିମନ୍ତେ ବନପାଳ ସେମିଳିଗୁଡାର ତ୍ରିପତି ପଣ୍ଡା, ବନପାଳ ସୁଙ୍କିର ଗୋପୀନାଥ ପାଙ୍ଗି, ଏବଂ ଅନ୍ୟାନ୍ୟ ବନପାଳ ବନ ରଖି ଓ ବନ ସୁରକ୍ଷା ସମିତିର ସଦସ୍ୟବୃନ୍ଦ ସହ ଯୋଗ ପ୍ରଦାନ କରିଥିଲେ।