Odiapua.com

ବନଭାରତୀ ବିଦ୍ୟାପୀଠରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତି ପାଳିତ

କୋରାପୁଟ ; ତା୦୩-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠରେ ମହତ୍ମା ଗାନ୍ଧି ଓ ଲାଲ ବାହଦୂର ଶାସ୍ତ୍ରୀଙ୍କ ଜୟନ୍ତି ପାଳିତ ହୋଇଯାଇଛି।ବିଦ୍ୟାପୀଠର ଅଧ୍ୟକ୍ଷା ଶ୍ରୀମତୀ ଅତସୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଫଟୋଚିତ୍ରରେ ପୁଷ୍ଫମାଲ୍ୟାର୍ପଣ କରିବା ସହ ସେମାନଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ।ସ୍ୱଛ ଭାରତ ଓ ସ୍ୱଛ ବିଦ୍ୟାଳୟ ଗଠନ କରିବା ନିମନ୍ତେ ଶପଥପାଠ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କୁନ୍ତଲା ପଟନାୟକ, ଉର୍ମିଲା ପାଣିଗ୍ରାହୀ, ଶରତ ଦଳାଇ, ବେଣୁ ମାଧବ ରାଓ, ଚନ୍ଦ୍ରଶେଖର ପଣ୍ଡା, ତପସ୍ପିନୀ ରାଉତ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।