Odiapua.com

ବଜ୍ରାଘାତରେ ପାଞ୍ଚ ବଳଦ ସହ ଦୁଇଟି ଗାଈ ଓ ଗୋଟିଏ ବାଛୁରୀ ମୃତ

କୋରାପୁଟ : ୨୭/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ଅତଣ୍ଡା ଗ୍ରାମପଞ୍ଚାୟତର କନ୍ଦଗୁଡ଼ା ଗ୍ରାମରେ ବଜ୍ରାଘାତ ଘଟି ୮ଗୋଟି ଗୃହ ପାଳିତ ପଶୁଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ଗତକାଲି କନ୍ଦଗୁଡ଼ା ଗ୍ରାମର କିଛି ଗୋରୁ ଗାଜ୍ଞ ଗ୍ରାମ ନିକଟସ୍ଥ ନଗେଶ୍ୱରୀ ପାହାଡ଼ ଚରିବାକୁ ଯାଇଥିଲେ। ଆନ୍ଧ୍ର ପ୍ରଦେଶର କଳିଙ୍ଗପାଟନମରେ ସାମୁଦ୍ରିକ ବାତ୍ୟା ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମରେ ସ୍ଥଳ ଭାଗ ସ୍ପର୍ଶ କରିଥିବା ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରାଘାତ ହେବାରୁ ଘଟଣା ସ୍ଥଳରେ ୫ଟି ବଳଦ, ୨ଟି ଗାଈ ଓ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିଲା। ମୃତ ଗୃହପାଳିତ ପଶୁ ଗୁଡିକ କନ୍ଦଗୁଡ଼ା ଗ୍ରାମର ସୀମନ ଖିଲ, ଗଙ୍ଗା ଖରା, ବିଙ୍ଗୁଖରା, ତିଲେ ଖରା, ବାଛୁ ଖରା ଓ ଲେଙ୍ଗୁ ଖରା ବୋଲି ଜଣାପଡିଛି। ମୃତ ଗୃହପାଳିତ ପଶୁଙ୍କ ମାଲିକମାନେ ଗରିବ କନ୍ଧ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ତୁରନ୍ତ ସରକାରଙ୍କ ତରପରୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।