Odiapua.com

ଫୋନି ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

କୋରାପୁଟ ୩୦-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) ସାମୁଦ୍ରିକ ବାତ୍ୟା ଫୋନିର ମୁକାବିଲା କରିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଫୋନିର ମୁକାବିଲା କରିବା ସହ ସୋଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ଉପରେ ଆଲୋଚନା କରା ଯାଇଥିଲା। ପୂର୍ତ, ଗ୍ରାମ୍ୟ ଉନ୍ନୟନ, ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସାଉଥକୋ କର୍ତ୍ତୃପକ୍ଷ ମଧ୍ୟ ସଜାଗ ରହିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶୁଖିଲା ଖାଦ୍ୟ ସାମଗ୍ରୀ ଏବଂ କିରୋସିନି ପ୍ରତି ପଂଚାୟତରେ ମହଜୁତ ରଖିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯିବା ସହ ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ, ସାଲାଇନ୍ ରଖିବାକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କୁହା ଯାଇଥିବାବେଲେ ଆବଶ୍ୟକ ପରିମାଣର ଗୋଖାଦ୍ୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲାର ବିଭିନ୍ନ ବନ୍ୟା ସମ୍ଭାବ୍ୟ ସ୍ଥାନରେ ଥିବା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ସହରରେ ଥିବା ଦୁର୍ବଳ ଗଛଗୁଡିକ କାଟିବାକୁ ନିର୍ବାହୀ ଅଧିକାରୀ,  ସାଉଥକୋ ଓ ଓଡ୍ରାଫ ଦଳ ମିଶି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ସାଉଥକୋ ଶ୍ରମିକମାନଙ୍କୁ ପାଖରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ଗ୍ରାମ୍ୟ ଉନ୍ନୟନ ଓ ପିଡବ୍ଲୁଡି ବିଭାଗ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।ପାନୀୟ ଜଳ ସୁବନ୍ଦୋବସ୍ତ କରିବାକୁ ଜନସ୍ୱାସ୍ଥ୍ୟ ଓ ଗ୍ରାମୀଣ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏସଓପିକୁ ସମସ୍ତ ଅଧିକାରୀ ମାନେ ପାଳନ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ନିର୍ଦ୍ଦେଶ ଦେଇଥିଲେ।ପଂଚାୟତ ନିର୍ବାହୀ ଅଧିକାରୀମାନେ ପଂଚାୟତରାଜ ପ୍ରନିଧିମାନଙ୍କ ମୋବାଇଲ ନମ୍ବର ରଖି ଯୋଗାଯୋଗ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏମ.ଏ.ଅଖତାର ଉପସ୍ଥିତ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ସହରାଂଚଳରେ ନିର୍ବାହୀ ଅଧିକାରୀମାନେ ସଜାଗ ରହିବାକୁ ଡୁଡା ନିର୍ଦ୍ଦେଶିକା ଅନ୍ୟାନ୍ୟ ଦାସ ନିର୍ଦ୍ଦେଶ ଦେବା ସହ କଲ୍ୟାଣ ମଣ୍ଡପ ଗୁଡିକର ସୁବନ୍ଦୋବସ୍ତ କରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ,  କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର, ଜୟପୁର ଉପ-ଜିଲାପାଳ ଲୋକନାଥ ଦଳବେହେରା, ଭାରପ୍ରାପ୍ତ ସିଡିଏମଓ ଡାକ୍ତର ଅରୁଣ କୁମାର ପାଢୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ,  ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ, କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ,  କୋଟପାଡ ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତାରୟ, ସାଉଥକୋ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା,  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ସି ଦାସ,  ସୁନାବେଡା ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଏସ.ଜମାଦାରଜିଲା ଜରୁରୀ କାଳୀନ ଅଧିକାରୀ ସିଦ୍ଧାର୍ଥ ନାୟକଙ୍କ ସମତେ ସମସ୍ତ ବିଡିଓ, ତହସିଲଦାର ଉପସ୍ଥିତ ଥିଲେ।