Odiapua.com

ଫେକ ଫେସବୁକ ଖୋଲି ଲକ୍ଷାଧିକ ଟଙ୍କା ହଡପ ଘଟଣା – ଦାମନଯୋଡିରୁ ଅଭିଯୁକ୍ତ ଗିରଫ

କୋରାପୁଟ ୧୯-୧୦(ଓଡିଆ ପୁଅ/ରଂଜନ କୁମାର ଦାସ) ଫେକ ଫେସବୁକ ଆକାଉଂଟ ଖୋଲି ଜଣେ ଯୁବକ ଅନ୍ୟ ଏକ ଯୁବକ ଠାରୁ ଲକ୍ଷାଧିକ ଟଙ୍କା ଠକିନେବା ଅଭିଯୋଗରେ ସେମିଲିଗୁଡା ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୁନାବେଡା ଏସଡିପିଓ ନିରଂଜନ ବେହେରା  ପ୍ରକାଶ କରିଛନ୍ତି । ସେମିଲିଗୁଡା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ଶ୍ରୀ ବେହେରା ସୂଚନା ଦେଇ କହିଛନ୍ତି ଯେ ଦାମନଯୋଡିର ପବିତ୍ର ମୋହନ ମହାନ୍ତି ନାମକ ଯୁବକ ଦେବସ୍ମିତା ନାଁରେ ଏକ  ମିଛ ଫେସବୁକ ଆକାଉଂଟ ଖୋଲି ସେମିଲିଗୁଡାର ଜଗଦିଶ ପାଢି ନାମକ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଫେସବୁକରେ  ବାର୍ତା ଆଦାନ ପ୍ରଦାନ ପରେ ଅଭିଯୁକ୍ତ ପବିତ୍ର ମୋହନ ଜଗଦିଶ ନିକଟକୁ ବିଭିନ୍ନ ସମୟରେ ଅଶ୍ଲୀଳ ମେସେଜ ଓ  ଫୋଟ ପଠାଇ ଥିଲେ । ଏପରି କିଛି ଅଶ୍ଲୀଳ ମେସେଜ , ଫୋଟଓ ଭିଡିଓ ପାଇ ଜଗଦିଶ ମଧ୍ୟ ସେହି ଆକାଉଂଟକୁ  ଅନୁରୂପ ମେସେଜ ଓ ଫୋଟ ପଠାଇଥିଲେ । ଏପରି କିଛି ଦିନ ଚାଲିବା ପରେ  ପବିତ୍ର ମୋହନ ନିଜକୁ କଟକ ଡିସିପି ବୋଲି ପରିଚୟ ଦେଇ ଟଙ୍କା ଦେଲେ କେଶ କରି ଜେଲ ପଠାଇବାକୁ ଧମକ ଦେଇଥିଲେ । ପବିତ୍ରର ଧମକରେ ଜଗଦିଶ  ଗତ କିଛି ମାସ ମଧ୍ୟରେ ପ୍ରାୟ ୭ଲକ୍ଷ ୧୩ ହଜାର ଟଙ୍କା  ପବିତ୍ରର ଆକାଉଂଟକୁ  ପଠାଇଥିଲେ । ଘଟଣା ସମ୍ପର୍କରେ  ଜଗଦିଶର ମାମୁଁ  ଜାଣିପାରି ସେମିଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପବିତ୍ରର ଟ୍ନେ୍ ଟ୍ରାକିଂ କରି ଗିରଫ କରିଥିଲା । ଅଭିଯୁକ୍ତ ପବିତ୍ରକୁ କୋର୍ଟ ଚାଲାଣ କରା ଯାଇଛି ।