Odiapua.com

ଫନି ରଚିଲା ତାଣ୍ଡବ, ରାଜ୍ୟରେ ବିଭନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

ପୁରୀରେ ସର୍ବାଧିକ କ୍ଷତି, ଭୁବନେଶ୍ୱରରେ ଗଛ ଉପୁଡି ରାସ୍ତା ଅବରୋଧ, ଯାଜପୁରରେ ମଧ୍ୟ ବ୍ୟାପକ ଗଛ ଉପୁଡି ରାସ୍ତାଅବରୋଧ

ଭୁବନେଶ୍ୱର, ୩/୫ (ଓଡ଼ିଆପୁଅ/ମାନସ ରାଉତ) ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଫନି ଆଜି ପୁରୀଠାରେ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟରେ ବ୍ୟପକ କ୍ଷୟକ୍ଷତି ହୋଇଥିବାର ଖବର ମିଳିଛି। ପୁରୀରେ ବିଭନ୍ନ ସ୍ଥାନରେ ଗଛ ଉପୁଡି ଏବଂ ବାଙ୍ଗି ଯାଇ ରାସ୍ତା ଅବରୋଧ ହୋଇଛି। ଏପରକି କେତେକ ଚାଳ ଛପର ଓ ଟିଣ ଘର ଉଡାଇନେଇଥିବା ଦେଖିବାକୁ ମିଳିଛି। ଫନି ପାଇଁ ରାସ୍ତା ପୁରୀରେ ୧୦ଫୁଟ ଉଛର ଜୁଆର ରାସ୍ତା ଉପର ପ୍ରର୍ଯ୍ୟନ୍ତ ମାଡି ଆସିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଅଭୂତପୂର୍ବ କ୍ଷତି ହୋଇଥିବା ପରିଲକ୍ଷିତ ହୋଇଛି। ସେହିଭଳି ଗଛ ଭାଙ୍ଗିବା ଫଳରେ ରାସ୍ତା ଅବରୋଧ ହୋଇଛି। କଟକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲାରେ ମଧ୍ୟ ଗଛ ଉପୁଡି ଯାଇଥିବା ବେଳେ ଅନେକ ଚାଳଛପର ଘର ଉଡିଯାଇଛି। ସେହିପରି ଧର୍ମଶାଳା ବ୍ଲକରେ ବିଭିନ୍ନ ଗ୍ରାମରେ ଗଛଡାଳ ଭାଙ୍ଗି ରାସ୍ତା ଉପରେ ପଡିଛି। ଏବେ ଧିରେ ଧିରେ ବାତ୍ୟାର ପ୍ରୋକପ କମିବାରେ ଲାଗିଥିବା ବେଳେ ବର୍ଷା ଲାଗିରହିଛି। ବର୍ଷା ଆହୁରି ୭ରୁ୯ଘଂଟା ଲାଗିରହିବ ବୋଲି ପାଣ୍ିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଫନି ପାଇଁ ରଜ୍ୟ ସରକାରଙ୍କ ପକ୍ଷରୁ ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି। ଧର୍ମଶାଳା ବ୍ଲକରେ ସମସ୍ତ ପଂଚାୟତରେ ଲୋକମାନଙ୍କ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ମାନଙ୍କୁ ନିଆଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ବଡଚଣା ଏବଂ ଧର୍ମଶାଳା ବ୍ଲକର ବାତ୍ୟା ଆଶ୍ରୟସ୍ଥଳକୁ ଆରଡିସି ଅନୀଲ କୁମାର ସାମଲ ଏବଂ ଜିଲ୍ଲାପାଳ ରଂଜନ କୁମାର ଦାଶ ପରଦର୍ଶନ କରି ତଦାରକ କରିଛନ୍ତି। ତେବେ ଏଥିରେ କୌଣସି ଲୋକଙ୍କ ମୃତ ହୋଇଥିବା ସୂଚନା ମିଳିନଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିବା ସହିତ ନୟାଗଡରେ କାନ୍ଥପଡି ଜଣେ ଯୁବତୀ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଯାଜପୁରରେ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାକୁ ଦୃଷ୍ଟି ଦେଇ ୬୦ ହଜାରରୁ ଉର୍ଦ୍ଧଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। କଟକ ଷ୍ଟେସନ ଏବଂ ଖୋର୍ଦ୍ଧା ଭୁବନେଶ୍ୱର ଷ୍ଟେସନରେ ମଧ୍ୟ କ୍ଷତି ହୋଇଛି। ଏପରକି ଅନେକ ସ୍ଥାନରେ ବିଦ୍ୟୁତ ଖୁଂଟ ଉପୁଡି ପଡିଛି। ବାତ୍ୟା ପାଇଁ ଅନେକ ଜିଲ୍ଲାରେ ବିଦ୍ୟୁତ କାଟ କରାଯାଇଛି। ବାତ୍ୟା ପାଇଁ ପ୍ରଶାସନ ପୁରା ସଜାଗ ରହିଥିବା ବେଳେ ଥଇଥାନ, ଉଦ୍ଧାର ଏବଂ ରାସ୍ତା ଅବରୋଧ କାର୍ଯ୍ୟ କରାଯାଉଛି।