Odiapua.com

ଫଟୋ ଓ ଭିଜୁଆଲ ଉଠାଇବାକୁ କୋରାପୁଟ ରିଟର୍ଣ୍ଣିଂ ଅଫିସରଙ୍କ ସାମ୍ବାଦିକମାନଙ୍କୁ ବାରଣ ; ସାମ୍ବାଦିକ ମହଳରେ ତୀବ୍ର ପ୍ରତିକ୍ରୀୟା

କୋରାପୁଟ ; ତା୨୦-୦୩-୧୯(ଓଡ଼ିଆ ପୁଅ/ରଂଜନ ଦାସ)କୋରାପୁଟ ରିଟର୍ଣ୍ଣିଂ ଅଫିସର ପ୍ରାର୍ଥିପତ୍ର ଦାଖଲ ସମୟରେ ଫଟୋ କିମ୍ବା ଭିଜୁଆଲ ଉଠାଇ ନାହିଁ ବୋଲି ସାମ୍ବାଦିକମାନଙ୍କୁ ବାରଣ କରିଥିବାରୁ ସାମ୍ବାଦିକ ମହଳରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।ଆଜି ପଟ୍ଟାଙ୍ଗୀ ବିଧାନସଭା ଆସନ ନିମନ୍ତେ ରାମଚନ୍ଦ୍ର କାଡାମ ନାମାଜ୍ଞନପତ୍ର ଦାଖଲ କରିବାକୁ ଆସିଥିଲେ।ପ୍ରାର୍ଥି କାର୍ଯ୍ୟାଳୟ ପଶିବାପରେ ସାମ୍ବାଦିକାମାନେ କର୍ତବ୍ୟ କରିବାକୁ ଭିତରକୁ ପ୍ରବେଶ କରିଥିଲେ।କିନ୍ତୁ ରିଟର୍ଣ୍ଣିଂ ଅଧିକାରୀ ଲଲିତ କୁମାର କହଁର ଦାଖଲ ସମୟର ଫଟୋ କିମ୍ବା ଭିଜୁଆଲ ନିଅନ୍ତୁ ନାହିଁ ବୋଲି ବାରମ୍ବାର କହୁଥିଲେ।ଏହାଦ୍ୱାରା ସାମ୍ବାଦିକମାନେ କାର୍ଯ୍ୟାଳୟରୁ ପଳେଇ ଆସିଥିଲେ।କୋରାପୁଟରେ କାହିଁକି ସାମ୍ବାଦିକମାନଙ୍କୁ ବାରଣ କରାଗଲା ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି।ଜୟପୁରଠାରେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝି ନାମାଜ୍ଞନପତ୍ର ଦାଖଲ ସମୟରେ ସେଠାକାର ସାମ୍ବାଦିକ ଫଟୋ ଓ ଭିଜୁଆଲ ଉଠାଇଲେ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରାର୍ଥିପତ୍ର ଦାଖଲ ସମୟରେ ଫଟୋ ଓ ଭିଜୁଆଲ ଏବେ ଭାଇରାଲ ହୋଇଗଲାଣି।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ରାଜ୍ୟର ଅନ୍ୟ ରିଟର୍ଣ୍ଣିଂ ଅଫିସରମାନେ ଫଟୋ ଓ ଭିଜୁଆଲ ଉଠାଇବାକୁ ଅନୁମତି ଦେଇଥିବା ବେଳେ କୋରାପୁଟ ରିଟର୍ଣ୍ଣିଂ ଅଫିସର କଣ ପାଇଁ ବାରଣ କଲେ ତାହା ସ୍ପଷ୍ଟ କରିବାକୁ ସାମ୍ବାଦିକ ମହଳରେ ଦାବି ହେଉଛି।