Odiapua.com

ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣା ; ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶୃତି ପାଇବା ପରେ ଶବକୁ ଗ୍ରାମକୁ ନେଲେ ପରିବାର ଲୋକ

କୋରାପୁଟ ; ତା୨୫-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଥିଲା।ଉପଯୁକ୍ତ ନ୍ୟାୟ ଦାବିରେ ପରିବାର ଲୋକେ ଶବକୁ ମେଡିକାଲ ବାହାରେ ରଖି ଡାକ୍ତରଙ୍କୁ ଗିରଫ ଦାବିରେ ଧରଣାରେ ବସିଥିଲେ।ଆଜି ଅପାରହ୍ନ ୪ଘ.୩୦ ମିନିଟ ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶୃତି ପାଇବା ପରେ ଗ୍ରାମ ବାସିନ୍ଦା ଓ ପରିବାର ଲୋକେ ଶବକୁ ଏକ ଆମ୍ବୁଲାନ୍ସରେ ନିଜ ଗ୍ରାମ ମସିପୁଟକୁ ନେଇଥିଲେ। ସୂଚନାଯୋଗ୍ୟ ଯେ କୋରାପୁଟ ବ୍ଲକ ଅନ୍ତର୍ଗତ ମସିପୁଟ ଗ୍ରାମର ସନିଆ ଭୋଇଙ୍କ ସ୍ତ୍ରୀ ସାବି ଭୋଇ ଗର୍ଭ ବତୀ ଥିଲେ ଓ ଦେହ ଖରାପ ହେବାରୁ କୋରାପୁଟ ମେଡିକାଲକୁ ଆସିଥିଲେ।ମେଡିକାଲରେ ଡାକ୍ତର ଅପରେସନ କରିବାକୁ ପଡିବ ବୋଲି କହିଥିଲେ ଏବଂ ୬ ହଜାର ଟଙ୍କା ଆଣିଲେ ଅପରେସନ କରାଯିବ ବୋଲି କହିଥିବା ସନିଆ ଅଭିଯୋଗ କରିଥିଲେ। ସନିଆ ୨ ହଜାର ଟଙ୍କ ଦେଇ ବାକି ଟଙ୍କା ଆଣିବାକୁ ଗାଁ କୁ ଯାଇଥିବା ସମୟରେ ସମୟରେ ସାବିର ଅପରେସନ କରାଯାଇଥିଲା ଓ ଏକ ଶିଶୁକନ୍ୟା ବାହାର କରିଥିଲେ।ସଂଧ୍ୟା ସମୟରେ ସାବିର ମୃତ୍ୟୁ ହୋଇଯାଇଥିଲା।ସାବି ତ ଭଲ ଥିଲା କିପରି ମୃତ୍ୟୁବରଣ କଲା ବୋଲି ପରିବାର ଲୋକେ ଶବକୁ ଓାର୍ଡ ଭିତରେ ହିଁ ରଖିଥିଲେ ଯଦ୍ୱାରା ପାଖରେ ଥିବା ଜଣେ ରୋଗୀ ଭୟରେ ବାହାରକୁ ଆସି ତଳେ ଶୋଇଥିବା ନଜର କରାଯାଇଥିଲା।ଆଜି ସକାଳ ୧୦ ଟା ସମୟରେ ଶବକୁ ଓାର୍ଡରୁ ଆଣି ମେଡିକାଲ ବାହାରେ ରଖି ଉପଯୁକ୍ତ ନ୍ୟାୟ ଦାବି କରିଥିଲେ।କୋରାପୁଟ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ଓ କଲେଜ ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।ଅପରେସନ ପରେ ରୋଗୀର ଅବସ୍ଥା ଖରାପ ହୋଇଯାଇଥିଲା ଓ ଡାକ୍ତରମାନଙ୍କ ଚେଷ୍ଟା ସତ୍ୱେ ରୋଗୀର ମୃତ୍ୟୁ ହୋଇଯାଇଥିଲା ବୋଲି ସ୍ତ୍ରୀ ଓ ପ୍ରସୂତି ବିଭାଗ ଭାରପ୍ରାପ୍ତ ମୁଖ୍ୟ ଡାକ୍ତର ସିମାଞଳ ଦାସ ସୂଚନା ଦେଇଥିଲେ।ଡାକ୍ତର ଅର୍ପିକା ବେହେରା, ଡାକ୍ତର ପ୍ରବିନ ଦାସ, ନିଶ୍୍େସତକ ଡାକ୍ତର ବିଧୁଭୁଷନ ମହାନ୍ତି, ଡାକ୍ତର ବିମଳ ପ୍ରସାଦ ସାହୁ ଓ ଡାକ୍ତର ଶିବ ପ୍ରସାଦ ଦାସ ପ୍ରମୁଖ ଅପରେସନ ସମୟରେ ଉପସ୍ଥିତ ଥିଲେ।ଅପରେସନ ପରେ ରୋଗୀକୁ ଓାର୍ଡକୁ ନିଆଯାଇଥିଲା। ସେଠାରେ ରକ୍ତ ଦିଆଯାଇଥିଲା କିନ୍ତୁ ତାର ଛାତି ବହୁତ ଜୋରରେ ଧଇଁସଇଁ ହୋଇଥିଲା ବୋଲି ସେ ପ୍ରକାଶ କରିବା ସହ ସମସ୍ତଙ୍କ ଚେଷ୍ଟା ସତ୍ୱେ ରୋଗୀ ବଂଚି ପାରି ନ ଥିଲା। ମୁଁ ନ ଥିବା ସମୟରେ କାହିଁକି ଅପରେସନ କରାଗଲା ଓ ଅପରେସନ ପାଇଁ କାହିଁକି ଅର୍ଥ ମଗାଗଲା ତାହାର ତଦନ୍ତ କରାଯାଉ ବୋଲି ମୃତ ସାବିର ସ୍ୱାମୀ ସନିଆ ଭୋଇ ଦାବି କରିଛନ୍ତି। ତଦନ୍ତ କରାଯାଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ଓ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିବା ପରେ ପରିବାର ଲୋକ ଶବକୁ ନେଇଯାଇଥିଲେ ବୋଲି କଲେଜ ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି ସୂଚନା ଦେଇଥିଲେ।ଜିଲ୍ଲା ପ୍ରଶାସନ ତରଫରୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ।