Odiapua.com

ପ୍ରଶ୍ନ ଏହା ନୁହେଁ ଯେ ଇଏ ତଳକୁ କିପରି ଓଲ୍ହାଇବ, ପ୍ରଶ୍ନ ଏହା ଯେ ୟାକୁ ଏତେ ଉପରେ ଚଢ଼ାଇଲା କିଏ ..

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଲଢ଼େଇ ଭିତରେ ମଧ୍ୟ ରାଜନୈତିକ ଦଳ ଗୁଡ଼ିକ ପରସ୍ପରକୁ ଆକ୍ଷେପ କରିବା ଛାଡ଼ୁ ନାହାଁନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପକୁ ଟ୍ୱିଟ୍ କରି ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ବିଜେପିର ଅଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରୁ ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ନେଇ ଜବାବ ଦେଇଥିଲା ବିଜେପି। କିନ୍ତୁ, ଏହାକୁ କିଛି ମିନିଟ୍ ପରେ ହଟାଇ ଦେଇଥିଲା ବିଜେପି।

କେନ୍ଦ୍ର ସରକାରଙ୍କ ତରଫରୁ ଆରୋଗ୍ୟ ସେତୁ ଆପ୍ କରୋନା ଭୂତାଣୁ ବିରୋଧରେ ଲଢ଼ିବା ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆରୋଗ୍ୟ ସେତୁ ଡାଉନଲୋଡ୍ କରିବାକୁ ସରକାର କ୍ରମାଗତ ଭାବରେ ଲୋକଙ୍କୁ ନିବେଦନ କରୁଛନ୍ତି। ଏହି ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଆରୋଗ୍ୟ ସେତୁ ଆପ୍ ଉପରେ ପ୍ରଶ୍ନ ଉଠାଇ ଡାଟା ସୁରକ୍ଷା ଏବଂ ଗୋପନୀୟତା ବିଷୟରେ ଚିନ୍ତା ପ୍ରକଟ କରିଥିଲେ। ରାହୁଲ ଗାନ୍ଧୀ ଟ୍ୱିଟ୍ କରିଥିଲେ, “ଆରୋଗ୍ୟ ସେତୁ ଆପ୍ ଏକ ଜଟିଳ ମନିଟରିଂ ସିଷ୍ଟମ, ଯାହା କୌଣସି ପ୍ରକାର ଆନୁଷ୍ଠାନିକ ତଦାରଖ ନକରି ଏକ ଘରୋଇ ଅପରେଟରଙ୍କୁ ଆଉଟସୋର୍ସ କରାଯାଇଛି। ଯାହା ଗମ୍ଭୀର ତଥ୍ୟ ସୁରକ୍ଷା ଏବଂ ଗୋପନୀୟତା ସମ୍ବଦ୍ଧିୟ ଚିନ୍ତା ବଢ଼ାଉଛି।”

ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଜବାବ ଦେଲା ବିଜେପି; କିନ୍ତୁ ଏହାପରେ ତୁରନ୍ତ ହଟାଇଦେଲା –
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟର ଜବାବରେ ଭାରତୀୟ ଜନତା ପାର୍ଟିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟୁଇଟ୍ କରାଯାଇଥିଲା। ଏହି ଟ୍ୱିଟରେରେ ପ୍ରଶ୍ନ କରାଯାଇଥିଲା, ‘ତୁମେ କ’ଣ କହୁଛ’, ଏହାସହ ଟ୍ୱିଟରେ ଏକ ଫଟୋ ମଧ୍ୟ ପୋଷ୍ଟ କରାଯାଇଛି। ଏହି ଟୁଇଟରେ ପାଣି ଟାଙ୍କି ଉପରେ ଏକ ପଶୁ (ସମ୍ଭବତଃ ଗଧ) ଥିଲା। ଟାଙ୍କି ଉପରେ କଂଗ୍ରେସ ଲେଖା ସହ, “ପ୍ରଶ୍ନ ଏହା ନୁହେଁ ଯେ ଇଏ ତଳକୁ କିପରି ଓଲ୍ହାଇବ, ପ୍ରଶ୍ନ ଏହା ଯେ ୟାକୁ ଏତେ ଉପରେ ଚଢ଼ାଇଲା କିଏ” ଲେଖାଥିଲା। ତେବେ କିଛି ମିନିଟ୍ ପରେ ବିଜେପି ଏହାର ଟ୍ୱିଟର ହ୍ୟାଣ୍ଡେଲରୁ ଏହାକୁ ହଟାଇ ଦେଇଥିଲା। -ଦେବଦତ୍ତ ରଥ

ମୋଦୀଙ୍କ ହେଲିକେପ୍ଟର୍ ଯାଞ୍ଚ କରିଥିବା ଆଇଏଏସ୍ ଅଧିକାରୀ ଏବେ ଜମାତିଙ୍କୁ ସମର୍ଥନ କରିବାକୁ ଯାଇ କହିଲେ ଗୋଦୀ ମିଡିଆ: କାରଣ ଦର୍ଶାଅ ନୋଟିସ୍