Odiapua.com

ପ୍ରଶିକ୍ଷଣ ବେଳେ ଗ୍ରେନେଡ ବିସ୍ପୋରଣ – ଜଣେ ହାବିଲଦାର ମୃତ ୨ ଆହତ

ଭୁବନେଶ୍ୱର ୭ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୁବନେଶ୍ୱର ଚନ୍ଦକା ଏସ.ଓ.ଜି ଟ୍ରେନିଂ ସେଣ୍ଟରେ ଆଜି ଅପରାହ୍ନରେ କ୍ୟାଡେଟ୍ ସର୍ଜେଣ୍ଟ ମାନଙ୍କ Anti-Extremist & Tactics course ପ୍ରଶିକ୍ଷଣ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତମ୍ବିଭୁତ କରିଦେଇଛି। ପ୍ରଶିକ୍ଷଣ ବେଳେ ଗ୍ରେନେଡର ଆକସ୍ମିକ ବିସ୍ପୋରଣ ଘଟିଥିଲା। ବିସ୍ପୋରଣରେ ପ୍ରଶିକ୍ଷକ ହାବିଲଦାର ପ୍ରକାଶ ସାହୁ ଓ ୨ଜଣ କ୍ୟାଡେଟ୍ ସର୍ଜେଣ୍ଟ ଗୁରୁତର ଆହତ ହୋଇଥିବା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ସୂତ୍ରରୁ ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ହାବିଲଦାର ପ୍ରକାଶ ସାହୁଙ୍କ ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ହାବିଲଦାର ପ୍ରକାଶ ସାହୁ ଏସ.ଓ.ଜି ଚନ୍ଦକା ପ୍ରସିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଚିକିତ୍ସାଧିନ ୨ଜଣ କ୍ୟାଡେଟ୍ ସର୍ଜେଣ୍ଟଙ୍କର ସ୍ୱାସ୍ଥ୍ୟ ଠିକ୍ ଥିବା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ସୂଚନା ଦେବା ସହ ମୃତ ହାବିଲଦାର ପରିବାରକୁ ସମବେଦନା ଜଣାଇଛନ୍ତି।