Odiapua.com

ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷା ଅଭିଯାନ

ପଟାଙ୍ଗୀ ୧୦-୫ (ଓଡିଆ ପୁଅ/ମେଘା ଗୁଣ୍ଠା)କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଟାଙ୍ଗୀ ଠାରେ ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷା ଅଭିଯାନ ଦିବସ ପାଳିତ ହୋଇଯାଇଅଛି। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପଟାଙ୍ଗୀର ଅଧିକାରୀ ଡ଼ଃ ଭାଗବତ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପଟାଙ୍ଗୀ ବ୍ଲକର ପ୍ରତ୍ୟେକ ଗର୍ଭବତୀ ମାତାଙ୍କୁ ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଛୁଆର ସ୍ଥିତି ଏବଂ ମାଗଣା ଔଷଧ ଓ ଖାଦ୍ୟ ପ୍ରଦାନ କରିବା ସହ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ କିଭଳି ସୁରକ୍ଷିତ ଭାବେ ଛୁଆ ଜନ୍ମ କରି ପାରିବ ତାହା ନେଇ ପରାମର୍ଶ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ପବିତ୍ର କୁମାର ପଣ୍ଡା, ଡ଼ଃ ଦୁର୍ଗ।ମାଧଵ ପଣ୍ଡା, ଡ଼ଃ ପ୍ରିୟବ୍ରତ ଦାସ, ଡ଼ଃ ସୁସେନ ପାତ୍ର, ଗର୍ଭବତୀ ମାତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ସ୍ଥଳେ ବିପିଏମ ନୂତନ ସିଂ, ପିଏଚଇଓ ଇନଚାର୍ଜ ବିଜୟ କୁମାର ଖିଲ ଏବଂ ଅନ୍ୟ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ପ୍ରତ୍ୟେକ ମାସ ୯ ତାରିଖ ଦିନ କାର୍ଯ୍ୟକାରୀ ହେଉଥିବା ବେଳେ ଆଜି ୮୫ ଜଣ ଗର୍ଭବତୀ ମହିଳାଙ୍କୁ ପରୀକ୍ଷା କରାଯାଇଥିବା ନେଇ ଜଣାପଡିଛି।