Odiapua.com

ପ୍ରଧାନମନ୍ତ୍ରୀ ଫସଲ ବୀମାଯୋଜନା ରଥର ଶୁଭାରମ୍ଭ

କୋରାପୁଟ ; ତା୧୯-୦୭-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ କୃଷିରଥର ଶୁଭାରମ୍ଭ ହୋଇଯାଇଛି ।କୋରାପୁଟ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଦେଖାଇ କୃଷିରଥର ଶୁଭାରମ୍ଭ କରିଥିଲେ ।ଚଳିତ ଖରିଫରୁତୁରେ ବ୍ଲକର ଗ୍ରାମ ପଂଚାୟତ ମାନଙ୍କରେ କୃଷିରଥ ପରିଭ୍ରମଣ କରି କୃଷକମାନଙ୍କୁ ଫସଲବୀମା ଯୋଜନା ସଂପର୍କରେ ସଚେତନତା କରାଇବ ।ଶୁଭାରମ୍ଭ ବେଳେ ସହକାରୀ କୃଷି ଅଧିକାରୀ ମୃତ୍ୟୁଞୟ ମହାରଣା ,ବୀମା କଂପାନୀର କ୍ଷେତ୍ର ପର୍ଯ୍ୟବେକ୍ଷକ ଅନାଦୀ ଚରଣ ସାହୁ ଓ ବ୍ଲକ ସଂଯୋଜକ ବିଭୁ ମହାପାତ୍ରଙ୍କ ଅନ୍ୟାନ୍ୟ କୃଷି କର୍ମଚାରୀମାନେ ଉପସ୍ଥିତ ଥିଲେ ।