Odiapua.com

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଲେ କିନ୍ତୁ ଉତର ନ ମିଳିବାରୁ ଛାତ୍ରୀମାନେ ଦୁଃଖ ପ୍ରକାଶ କଲେ

କୋରାପୁଟ ; ତା୦୩-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସରକାରୀ କଲେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭିଡିଓ କନଭେରେନ୍ସ ଜରିଆରେ ଛାତ୍ରୀମାନେ ପ୍ରଶ୍ନ ପଚାରିଥିଲେ କିନ୍ତୁ ଉତର ନ ମିଳିବାରୁ ଛାତ୍ରୀମାନେ ଦୁଃଖ ପ୍ରକାଶ କରିଥିଲେ ।ସେମିଲିଗୁଡା ବ୍ଲକର ଡୋଲିଆମ୍ବଠାରେ ଆଦର୍ଶ ଡିଗ୍ରୀ କଲେଜର ପ୍ରଧାନମନ୍ତ୍ରୀ ଭିଡିଓ କନଭେରେନ୍ସ ଜରିଆରେ ଭିତି ପ୍ରସ୍ତର ସ୍ଥାପନ କରିଥିଲେ ।ଏହି ଅବସରରେ କୋରାପୁଟ ସାଂସଦ ଝିନ୍ନ ହିକକା , କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି , ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ , ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ , ବିଜେଡି ନେତା ରଘୁରାମ ମାଛ , ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ସରକାରୀ କଲେଜ ଅଧ୍ୟକ୍ଷ ଡ. ଶୁଭେନ୍ଦୁ ଶେଖର ପାଢୀ , ଏନଆଇସି ଅଧିକାରୀ ଶୈଳବାଳା ପୃଷ୍ଟି ଓ ମନୋଜ ଦାସ ,ଉଚ୍ଚ ଶିକ୍ଷା ବିଭାଗର ଆଂଚଳିକ ନିଦେ୍ର୍ଦଶକ ଟି.ପି.ରଥ , ଓଡିଆ ବିଭାଗର ସହାୟକ ପ୍ରଫେସର ରୂପାମୂଦ୍ରା ସ୍ୱାଇଁ , ଅଧ୍ୟାପକ ଦୀପକ ପଟନାୟକ , ନନ୍ଦପୁର କଲେଜ ଅଧ୍ୟାପକ ରବି ଶତପଥି ଓ କିଶୋର ବେହେରା ଏବଂ କଲେଜର ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ରୁସା ଆନୁକୁଲ୍ୟରେ ଓଡିଶାର ଆକାଂକ୍ଷା ଜିଲ୍ଲା କଳାହାଣ୍ଡି , କୋରାପୁଟ , କନ୍ଧମାଳ , ଗଜପତି , ବଲାଙ୍ଗିର ଓ ଢେଙ୍କାନାଲ ପ୍ରଭୃତି ୬ ଟି ରେ ଆଦର୍ଶ ଡିଗ୍ରୀ କଲେଜ ନିମନ୍ତେ ଭିତି ପ୍ରସ୍ତର ସ୍ଥାପନ କରାଯାଇଥିଲା ବୋଲି ଜଣାପଡିଛି ।ଆଦର୍ଶ ଡିଗ୍ରୀ କଲେଜ ନିମନ୍ତେ ୧୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣପାଡିଛି ।
ଭିଡିଓ କନଭେରେନ୍ସ ଜରିଆରେ ବହୁ ଆଗରୁ ଓଡିଶା ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି ଏହା ଆମ୍ଭ ପାଇଁ ନୂଆ ନୁହେଁ ବୋଲି କୋରାପୁଟ ସାଂସଦ ଝିନ୍ନ ହିକକା ପ୍ରକାଶ କରିଥିଲେ ।ଓଡିଶାରେ ଆଉ ଅନେକ ନବଦୋୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନିମନ୍ତେ ଦାବି କରାଯାଇଥିଲା କିନ୍ତୁ ସେଗୁଡିକ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ପୂରଣ କରିପାରି ନ ଥିବା ସେ ଅଭିଯୋଗ କରିଥିଲେ ।ରାଜ୍ୟ ସରକାର ଶିକ୍ଷାର ବିକାଶ ନିମନ୍ତେ ନିଜସ୍ୱ ଯୋଜନାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଥିବା ସେ ସୂଚନା ଦେଇଥିଲେ ।ଆଦର୍ଶ ଡିଗ୍ରୀ କଲେଜ ସ୍ଥାପନ ହେବା ଗୈାରବର ବିଷୟ ଅଟେ କିନ୍ତୁ ଅଧିକା ଜିଲ୍ଲାରେ ଖୋଲିଥିଲେ ଭଲ ହୋଇଥାନ୍ତା ବୋଲି ସେ ମତବ୍ୟକ୍ତ କରିଥିଲେ ।ଛାତ୍ରୀମାନେ ଆକାଂକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଭେରେନ୍ସ ମାଧ୍ୟମରେ କଥାବାର୍ତା ହେବେ ଓ ପ୍ରଶ୍ନ ପଚାରିବେ କିନ୍ତୁ ସେମାନେ ପୂର୍ବରୁ ପ୍ରଶ୍ନ ପଚାରିଥିଲେ କିନ୍ତୁ ଉତର ମିଳି ନ ଥିବାରୁ ଛାତ୍ରଛାତ୍ରୀମାନେ ଅସନ୍ତୋଷବ୍ୟକ୍ତ କରିଥିବା ସେ ସୂଚନା ଦେଇଥିଲେ ।ଆଦିବାସୀ ଅଂଚଳକୁ ଚିହ୍ନନ୍ତୁ ବୋଲି ପ୍ରଶ୍ନ ପଚାରିଥିଲୁ କିନ୍ତୁ ଉତର ନ ମିଳିବାରୁ ଦୁଃଖ ଲାଗୁଛି ବୋଲି ଛାତ୍ରୀ ଦିବ୍ୟାନୀ ବିଡିକା ପ୍ରକାଶ କରିଥିଲେ । କୋରାପୁଟ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ଏହାର ବିକାଶ ହୋଇପାରିଲେ କୋରାପୁଟ ଜିଲ୍ଲା ତଥା ଓଡିଶା ରାଜ୍ୟ ବିକଶିତ ହୋଅନ୍ତା କିନ୍ତୁ ପର୍ଯ୍ୟଟନ ଉପରେ ପ୍ରଶ୍ନ ପଚାରିଥିଲି ଓ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲି ଯେ ପ୍ରଧାନମନ୍ତ୍ରୀ ମୋ ପ୍ରଶ୍ନର ଉତର ରଖିବେ କିନ୍ତୁ ତାହା ହୋଇପାରି ନ ଥିବାରୁ ମନରେ ଦୁଃଖ ରହିଛି ବୋଲି ଛାତ୍ରୀ ଶୁଭଲକ୍ଷ୍ମି ଶତପଥି ପ୍ରକାଶ କରିଥିଲେ ।