Odiapua.com

 ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭୁମିପୁୂଜନ ଉତ୍ସବ

କୋରାପୁଟ ୨୨-୦୨(ଓଡିଆ ପୁଅ /ରଂଜନ ଦାସ ) କୋରାପୁଟସ୍ଥିତ ଭବାନୀନଗର ନିକଟ ଶାବରୀ ବିହାରଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭୁମି ପୁଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜଯୋଗୀଣି ବ୍ରହ୍ମାକୁମାରୀ  ନିଲମ ଦିଦି ଜୀଙ୍କ ୫୦ ବର୍ଷ ପୁର୍ତୀ ତଥା କୋରାପୁଟଠାରେ  ବ୍ରହ୍ମାକୁମାରୀ ସେବାକେନ୍ଦ୍ର ଆରମ୍ଭର ୨୫ବର୍ଷ ପୁର୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱୟଂ  ବ୍ରହ୍ମାକୁମାରୀ ନିଲମ ଜୀ ଉପସ୍ଥିତ ରହି  ଜୀବନରେ ବାସ୍ତବିକ ସୁଖ, ଶାନ୍ତି ଅନୁଭୁତି କରିନପାରି ବାହ୍ୟ ଜଗତରେ ବ୍ୟକ୍ତି, ବସ୍ତୁ ଓ ବୈଭବ ଆଧାରରେ ତାହା ପାଇବା ପାଇଁ ଚେଷ୍ଟା କରୁଛି ତାହାକୁ ପରିତ୍ୟାଗ କରି  ପରମାତ୍ମାର ଶରଣ ନେବାକୁ ଉପସ୍ଥିତ ଭାଇ ଭଉଣୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଇଶ୍ୱରୀୟ ଜ୍ଞାନ  ଓ ସହଜ ରାଜଯୋଗ ଶିକ୍ଷା ଗ୍ରହଣ କରି ଆଗାମୀ ସତ୍ୟଯୁଗ ତଥା ସ୍ୱର୍ଣ୍ଣିମ ଦୁନିଆରେ ଦେବୀ ଦେବତା ପଦପ୍ରାପ୍ତି ପାଇଁ ନିଜ ଆତ୍ମା ପରମାତ୍ମା ନିକଟରେ ରଖ ବୋଲି ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସମ୍ମାନୀତ ଅତିଥିଭାବେ କୋରାପୁଟ ବିଧାୟକ ତଥାର ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ରଘୁରାମ ପଡାଲ ଯୋଗଦେଇ  ରାଜଯୋଗୀଣୀ ବ୍ରହ୍ମାକୁମାରୀ ନିଲମ ଦିନି ଜୀଙ୍କ ଣରଣାପନ୍ନ ହୋଇ ତାଙ୍କର ଆଶିର୍ବାଦ ନେବା ସହ ବିଶ୍ୱରେ ଶାନ୍ତି ବାର୍ତା ଦେଉଥିବା ଏହି ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ଉତରତୋର ଉନ୍ନତି କାମନା କରିଥିଲେ । ଏହି ଅବସରରେ ବିଧାୟକ ତାଙ୍କ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଦେବା ନେଇ କାର୍ଯ୍ୟକ୍ରମରେ ଘୋଷଣା କରିବା ସହ ଏହି ସେବାକେନ୍ଦ୍ରର ଶେଷ ହେବା ଯାଏ ତାଙ୍କର ସମସ୍ତ ସହଯୋଗ  ଜାରି ରଖିବାକୁ ଘୋଷଣା କରିଥିଲେ । ସେହିପରି ଅନ୍ୟତମ ସମ୍ମାନୀତ ଅତିଥିଭାବେ କୋରାପୁଟ ଜିଲା ଯୋଜନା ଅଧିକାରୀ ସୁର୍ଯ୍ୟକାନ୍ତ ବେହେରା ଯୋଗଦେଇ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସହିତ ପୁର୍ବରୁ ସେ ଜଡିତ ରହିଥିବାବେଳେ ଆଗାମୀ ଦିନରେ କୋରାପୁଟ ସେବାକେନ୍ଦ୍ରର ଉନ୍ନତି ନିମେନ୍ତ ପ୍ରଶାସନିକ ଅଧିକାରୀଭାବେ ତାଙ୍କର ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।ଏହି ଅବସରରେ  କୋରାପୁଟ ଶାବରୀ ବିହାରଠାରେ  ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ସ୍ଥାୟୀ ସେବା କେନ୍ଦ୍ର ନେଇ ଭୁମୀ ପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋରାପୁଟ ବିଧାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଇଶ୍ୱରୀୟ  ବିଶ୍ୱବିଦ୍ୟାଳୟ ପତକା ଉତୋଳନ କରିବା ସହିତ ନଡ୍ରିଆ ଭାଙ୍ଗି ଶୁଭ ଦେଇଥିଲେ । ଭୁମୀ ପୁଜନ କାର୍ଯ୍ୟକ୍ରମ ପୁର୍ବରୁ ଶତାଧିକ ବ୍ରହ୍ମାକୁମାରୀ ଓ ବ୍ରହ୍ମାକୁମାର ବର୍ତମାନ କୋରାପୁଟ ପୁଜାରିପୁଟଠାରେ ଥିବା ସେବାକେନ୍ଦ୍ରଠାରୁ କଳସ ଧରି ବିଶାଳ ଶୋଭାଯାତ୍ରା କରି ସହର ପରିକ୍ରମା କରି ଭୁମୀପୁଜନ ସ୍ଥାନ ଶାବରୀ ବିହାର ଯାଏ ଆସିଥିଲେ । ପରେ ଏାଂରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ନଳିନୀ ଜୀଙ୍କ ସହିତ ଓଡିଶା  ଏବଂ ଓଡିଶା ବାହାରରୁ ୫ଶହରୁ ଉର୍ଦ୍ଧ୍ୱ ବ୍ରହ୍ମକୁମାରୀ ଓ ବ୍ରହ୍ମ କୁମାରମାନେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ କୋରାପୁଟ ସେବାକେନ୍ଦ୍ରର ପରିଚାଳିକା  ବହ୍ମାକୁମାରୀ ସ୍ୱର୍ଣ୍ଣ ଦିଦି ଜୀ ପରିଚାଳନା କରିଥିବାବେଳେ ବ୍ରହ୍ମକୁମାର କପିଲ ଭାଇଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପରିଚାଳନାରେ ସହଯୋଗ କରିଥିଲେ ।