Odiapua.com

ପୋଷ୍ୟ ପଂଚାୟତ କୋଟିଆର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ସାଂସଦ

କୋରାପୁଟ ୨୧-୦୧(ଓଡିଆ ପୁଅ /ରଂଜନ ଦାସ)ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ କୋରାପୁଟ ସାସଂଦ ସପ୍ତଗିରି ଉଲାକା କୋଟିଆ ପଂଚାୟତକୁ ପୋଷ୍ୟ ପଂଚାୟତ ଭାବେ ଗ୍ରହଣ କରିଥିବା ବେଳେ କୋଟିଆ ପଂଚାୟତର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିବା ଜଣାପଡିଛି ।ପଟ୍ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ସମସ୍ତ ବିଭାଗକୁ ନେଇ ସେ ସମୀକ୍ଷା କରିଥିଲେ ।କୋଟିଆର ବିକାଶ ନିମନ୍ତେ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ଦେଇ ବହୁତ ଭଲ ପଦକ୍ଷେପ ନେଇଥିବା ସେ ସୂଚନା ଦେଇଥିଲେ ।ଦଳଗତ ନିର୍ବିଶେଷରେ ସମସ୍ତେ ମିଳିମିଶି କୋରାପୁଟ ଜିଲ୍ଲାକୁ ଏକ ପ୍ରଗତିଶୀଳ ଜିଲ୍ଲା ଭାବେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ ।ଗ୍ରାମ୍ୟ ଉନ୍ନୟନ ବିଭାଗ ନାମରେ ଅଭିଯୋଗ ରହିଛି ସେ ଅଭିଯୋଗଗୁଡିକ ସମାଧାନ କରନ୍ତୁ ନ ହେଲେ ଭିଜିଲାନସକୁ ଉକ୍ତ ଅଭିଯୋଗ ହସ୍ତାନ୍ତର କରାଯିବ ବୋଲି ସେ ସୂଚନା ଦେଇଥିଲେ ।ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସେମାନଙ୍କ ବିଭାଗର ବ୍ୟୟ ବରାଦ ଉପରେ ଆଲୋକପାତ କରିଥିଲେ ।ଏହି ସମୀକ୍ଷା ବୈଠକରେ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ , ବିଡିଓ ମୋନାଲିସା ଦେବତା ,ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର କିସପଟା ,କୋଟିଆ କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ,ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ,  ସାଉଥକୋ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା , କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ , ସମଗ୍ର ଶିକ୍ଷା ଅଭିଯାନର ଭେଙ୍କେଟେଶ୍ୱର ମିଶ୍ର ଓ ଉମାକାନ୍ତ ମହାନ୍ତି ,ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ , ନିମାଁଇ ସରକାର  ଓ ପ୍ରଫୁଲ୍ଲ ପାଙ୍ଗୀ , ଏପିଓ ସୈାମେନ୍ଦ୍ର କୁମାର ନାୟକ ,ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଗୋବିନ୍ଦ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।ସମୀକ୍ଷା ପରେ ସାସଂଦ ଶ୍ରୀ ଉଲାକା କୋଟିଆ ଓ ଦେଓମାଳି ପରିଦର୍ଶନ କରିଥିଲେ ।କୋଟିଆ ପରିଦର୍ଶନ ସମୟରେ କଂଗ୍ରେସ ନେତା ଶୁକ୍ରା ଖରା , ରୁପକ ତୁରୁକ , ମନୋଜ ଆଚାର୍ଯ୍ୟ , ଅର୍ଜୁନ ବାଙ୍କା , ଗୋବିନ୍ଦ ଖରା , ବି.ପ୍ରସାଦ , ପୂର୍ବତନ ବିଧାୟକ ଶ୍ରୀ ସରକାର ଓ ଶ୍ରୀ କାଡାମ ,ଏପିଓ ଶ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।