Odiapua.com

ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତୃ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର, ୧୫/୦୯ (ଓଡ଼ିଆ ପୁଅ) : ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ଶ୍ରୀ ରାଧେଶ୍ୟାମ ପୁରୋହିତଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

୮୮ ବର୍ଷୀୟ ସ୍ୱର୍ଗତଃ ପୁରୋହିତ ଗତ କାଲି ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ପାଇକମାଲ ସ୍ଥିତ ନିଜ ପୈତୃକ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପ୍ରସିଦ୍ଧ ନୃସିଂହନାଥ ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ପାଇକମାଳଠାରେ ହୋଟେଲ ପ୍ରତିଷ୍ଠାନ କରି ସୁଲଭ ମୂଲ୍ୟରେ ଏବଂ ଚିରାଚରିତ ଖଲି ଓ ଦନାରେ ଖାଦ୍ୟ ଯୋଗାଇ ଆସୁଥିଲେ। ସ୍ୱର୍ଗତଃ ପୁରୋହିତ ତାଙ୍କ ଗୃହିଣୀ ଧର୍ମପତ୍ନୀ ସୁଲୋଚନା ପୁରୋହିତ, ପୁଅ ବିଜୟ ପୁରୋହିତ, ଗିରିଧାରୀ ପୁରୋହିତ, ରାମ ରତନ ପୁରୋହିତ, ପ୍ରଦୀପ ପୁରୋହିତ, ବୋହୁ, ନାତି ଓ ନାତୁଣୀଙ୍କୁ ଛାଡି ଇହଧାମ ତ୍ୟାଗ କରିଛନ୍ତି। ମିଷ୍ଟଭାଷୀ, ନମ୍ର, ଧର୍ମପରାୟଣ ଏବଂ ଅମାୟୀକ ବ୍ୟକ୍ତିତ୍ୱ ଭାବେ ସୁପରିଚିତ ସ୍ୱର୍ଗତଃ ପୁରୋହିତଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

ଏଭଳି ଦୁଃଖଦ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱର୍ଗତଃ ପୁରୋହିତଙ୍କ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହାସ ପ୍ରଦାନ କରିବାକୁ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ପ୍ରାର୍ଥନା କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, କୃଷକ ମୋର୍ଚ୍ଚା ପ୍ରଭାରୀ ତଥା ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ-ଲେଖାଶ୍ରୀ ସାମନ୍ତସିଂହାର ଓ ରବି ନାଏକ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି।