Odiapua.com

ପୂର୍ବତନ ବିଜେଡି କାଉନସିଲର ଭାଇଙ୍କୁ ଛୂରାମାଡ ; ଜଣେ ଅଟକ

କୋରାପୁଟ ; ତା୧୪-୦୭-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ବିଜେଡି କାଉନସିଲର ସତ୍ୟଜିତ ଦାସଙ୍କ ଭାଇ ଶାରଳା ଦାସଙ୍କୁ ଛୁରା ମାଡ ହୋଇଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।ଶାରଳା ଦାସ ଓ ଭାଇ ରାଜ କିଶୋର ଦାସ ନିଜ ଦୋକାନ ପାଇଁ ସାମଗ୍ରୀ କ୍ରୟ କରିବାକୁ ଭାଣ୍ଡିସାହି ଯାଇଥିଲେ ଓ ଲକ୍ଷ୍ମଣ ସାଇକେଲ ମାର୍ଟ ସମ୍ମୁଖରେ ଏମ.ବେଣୁଗୋପାଳ ଏବଂ ଆଉ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ଏତାଲାରେ ଦର୍ଶାଯାଇଛି । ଜଂଘ ଓ ଛାତି ତଳେ ଆକ୍ରମଣ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଶାରଳା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ସର୍ଜରୀ ଓାର୍ଡରେ ଭର୍ତି ହୋଇ ଚିକିସôିତ ହେଉଥିବା ଜଣାପଡିଛି ।ଏହି ମାମଲାରେ ଏମ.ବେଣୁଗୋପାଳଙ୍କୁ ଅଟକ ରଖାଯାଇ ଘଟଣାର ତଦନ୍ତ କରାଯାଉଥିବା କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ସେ ପ୍ରକାଶ କରିଥିଲେ ।