Odiapua.com

ପୂଜାରୀପୁଟ ସ୍କୁଲରେ ବିଶ୍ୱ ଗଣିତ ଦିବସ ପାଳିତ

କୋରାପୁଟ ; ତା୦୭-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଶ୍ବ ଗଣିତ ଦିବସ ପାଳିତ ହୋଇଯାଇଛି।ଗଣିତ ବିଷୟକୁ ଅଧିକା ଗୁରୁତ୍ୱ ଦେବା ସହ ଆଗ୍ରହ ସୃଷ୍ଟି କରିବାକୁ ବିଭିନ୍ନ ଉପାୟ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।ଏହି ଅବସରରେ ଗଣିତ କୁଇଜ ପ୍ରତିଯୋଗିତା କରାଯାଇଥିଲା।କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ମି ନାୟକ ପୁରସ୍କୃତ କରିଥିଲେ।ଶିକ୍ଷକ ପ୍ରଦୀପ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍କୁଲର ଶିକ୍ଷକ /ଶିକ୍ଷୟତ୍ରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।