Odiapua.com

ପୂଜାରୀପୁଟ ବିଦ୍ୟାଳୟରେ ଶିଶୁ ସଂସଦ ନିର୍ବାଚନ ଫଳ ଘୋଷଣା ଓ ଶପଥପାଠ ଉତ୍ସବ

କୋରାପୁଟ ୨୫-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସଂସଦ ନିର୍ବାଚନ ଅନୁଷ୍ଟିତ ହୋଇ ଫଳ ଘୋଷଣା କରାଯିବା ପରେ ଆଜି ବିଦ୍ୟାଳୟ ପରିସରରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।ପ୍ରଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ମି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଦୟାସିନ୍ଧୁ ବାଘ, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଶିବ ପଟନାୟକ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଜୋସ୍ନାରାଣୀ ତ୍ରୀପାଠୀ, ବରିଷ୍ଠ ସାମ୍ବାଦିକ ସିଏଚ .ସାନ୍ତାକାର ଓ ରଞ୍ଜନ କୁମାର ଦାସ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ବିଭାଗ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀଭାବେ ଅନୁପମା ନାୟକ ନିର୍ବାଚିତ ହୋଇଥିବା ଶିକ୍ଷକ ପ୍ରଦୀପ ପାତ୍ର ଘୋଷଣା କରିଥିବା ବେଳେ ବିଷ୍ଣୁପ୍ରସାଦ ବେହେରା ଉପମୁଖ୍ୟମନ୍ତ୍ରୀଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ। ଶିକ୍ଷା ମନ୍ତ୍ରୀ ସଧ୍ୟାରଣୀ ବାଘ ଓ ଉପମନ୍ତ୍ରୀ ରଞ୍ଜିତ ବାଘ, ସ୍ୱାସ୍ଥ୍ୟ ମନ୍ତ୍ରୀ ସରିତା ଜାନି ଓ ଉପମନ୍ତ୍ରୀ ବିଜୟ ଶିଶା, ପରିବେଶ ମନ୍ତ୍ରୀ ହସମତି ହନ୍ତାଲ ଓ ଉପମନ୍ତ୍ରୀ କମଳାକାନ୍ତ ଓଝା, ଖାଦ୍ୟମନ୍ତ୍ରୀ ବବିତା ଖିଲ ଓ ଉପମନ୍ତ୍ରୀ ଦୀପକ ମୁଦୁଲି, କ୍ରୀଡା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଗଙ୍ଗା ପରଜା ଓ ଉପମନ୍ତ୍ରୀ ତୃପ୍ତି ଖରା, ସୂଚନା ଓ ଶିଶୁ ସାମ୍ବାଦିକ ମନ୍ତ୍ରୀ ଟୁନି ସୁପିଆ ଓ ଉପମନ୍ତ୍ରୀ ଜୟନ୍ତ କୁମାର ଦାଶ ନିର୍ବାଚିତ ହୋଇଥିଲେ ବୋଲି ସେ ଘୋଷଣା କରିଥିଲେ।ଶେଷରେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ହେମଲତା ପାତ୍ର, ସୁମନରାଣୀ ବାରିକ, ରେବିକା ଆରସଡା, ଜୟନ୍ତି ସେଠୀ, ମମତା ନାୟକ, ଜେ.ସୁନୀଲ ଓ ଜେ.ରଣଜିତ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।