Odiapua.com

ପୂଜାରୀପୁଟ ବିଦ୍ୟାଳୟରେ ଶିଶୁ ସଂସଦ ନିର୍ବାଚନ

କୋରାପୁଟ ; ତା୨୪-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ପୂଜାରୀ ପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସଂସଦ ନିର୍ବାଚନ ଶେଷ ହୋଇଯାଇଛି।ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ୧୩ ଟି ପଦବୀ ନିମନ୍ତେ ୨୭ ଜଣ ପ୍ରାର୍ଥୀ ଟ ପ୍ରାର୍ଥିନୀ ନିର୍ବାଚନ ମଇଦାନରେ ଥିଲେ।୨୩୫ ଜଣ ଛାତ୍ରଛାତ୍ରୀ ଭୋଟଦାନ କରିଥିଲେ ବୋଲି ପ୍ରଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ମି ନାୟକ ସୂଚନା ଦେଇଥିଲେ।ଆସନ୍ତାକାଲି ଫଳ ପ୍ରକାଶ ପାଇବା ସହ ଶପଥପାଠ ଉତ୍ସବ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରାଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନାୟକଙ୍କ ସହ ହେମଲତା ପାତ୍ର, ରିବିକା ଆରସଡା . ମମତା ନାୟକ, ଜେ.ରଣଜିତ, ଜେ.ସୁନୀଲ, ସୁମନ ରାଣୀ ବାରିକ, ଜୟନ୍ତି ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଜୋସ୍ନାରାଣୀ ତ୍ରୀପାଠୀ ଓ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଘଡେଇ ପ୍ରମୁଖ ଯୋଗଦେଇ ନିର୍ବାଚନ ପରିଚାଳନା କରିଥିଲେ।