Odiapua.com

ପୂଜାରୀପୁଟ ଉଚ୍ଚ ପ୍ରାଥମିକ ଓ କସ୍ତରୁବା ଗାନ୍ଧି ବାଳିକା ବିଦ୍ୟାଳୟରେ ସ୍ୱଛତା ପକ୍ଷ ଉଦଯାପିତ

କୋରାପୁଟ ; ତା୧୫-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) ପୂଜାରୀପୁଟ ଉଚ୍ଚ ପ୍ରାଥମିକ ଓ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ସ୍ୱଛତା ପକ୍ଷ ଉଦଯାପିତ ହୋଇଯାଇଛି ।ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ପାତ୍ରଙ୍କ ପରିଚାଳନାରେ ଆୟୋଜିତ ଉଦଯାପନୀରେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱଛତା ନିମନ୍ତେ ଶପଠ ପାଠ କରାଇଥିଲେ ।ନିଜ ପରିବେଶକୁ ସ୍ୱଛ ରଖିଲେ ନିଜେ ସୁସ୍ଥ ରହିବା ସହିତ ଗ୍ରାମବାସୀମାନେ ସୁସ୍ଥ ଜିବନଯାପନ କରିପାରିବେ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ସ୍ୱଛତା ପ୍ରତି ଧ୍ୟାନ ଦେବା ସହ ଶିକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସିଏଚ.ସାନ୍ତାକାର ଓ ରଂଜନ କୁମାର ଦାସ , ସର୍ବଶିକ୍ଷା ଅଭିଯାନର ବରିଷ୍ଠ ବୈଷୟିକ ସହାୟକ ଭେଙ୍କେଟେଶ୍ୱର ମିଶ୍ର , ବାଳିକା ଶିକ୍ଷା ସଂଯୋଜକ ଶୁଭେନ୍ଦୁ ବାରିକ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଜୋସ୍ନାରାଣୀ ତ୍ରୀପାଠୀ ଓ ଉପାଧ୍ୟକ୍ଷ ରମେଶ ଘଡେଇ ପ୍ରମୁଖ ଅନ୍ୟତମ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଏହି ଅବସରରେ ଆୟୋଜିତ ହୋଇଯାଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ସ୍ୱଛତା ନିମନ୍ତେ ପୂଜାରୀପୁଟ ଉଚ୍ଚ ବିଦ୍ୟାଳୟ ଜିଲ୍ଲାସ୍ତରରେ ବିଜେତା ହୋଇଥିବା ବେଳେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ନାୟକ ପ୍ରମାଣପତ୍ର ପ୍ରଦାନ କରିଥିଲେ ।ପ୍ରମାଣପତ୍ରକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ମି ନାୟକ ଗ୍ରହଣ କରିଥିଲେ ।ଶେଷରେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ସ୍ୱଛତା ପାଇଁ ଆୟୋଜିତ ପ୍ରଦର୍ଶନୀକୁ ଅତିଥିମାନେ ପରିଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସ୍କୁଲର ଶିକ୍ଷୟତ୍ରୀ ହେମଲତା ପାତ୍ର , ସୁମନ ରାଣୀ ବାରିକ ,ଇନ୍ଦିରା ରଥ ,ବିଜୟଲକ୍ଷ୍ମି ପଟନାୟକ , ଜୟନ୍ତି ସେଠୀ , ରୀତା ମହାପାତ୍ର ଓ ମମତା ନାୟକ ,ବିଦ୍ୟାଳୟ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ଅନୁପମା ନାୟକ ଓଉପମୁକ୍ୟମନ୍ତ୍ରୀ ବିଷ୍ଣୁ ପ୍ରସାଦ ବେହେରା , କସ୍ତୁରବା ଗାନ୍ଧି ବାଳିକା ହଷ୍ଟେଲ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ଦାନି ଜାନି ଓ ଉପମୁଖ୍ୟମନ୍ତ୍ରୀ ସୁମିତା ଗୋଲରୀ , ରିବିକା ଆରସଡା , ଜି .ଗୈାରୀ କୁମାରୀ ଆଚାରୀ ,ଗୀତା ଟାକ୍ରୀ , ସୁକାନ୍ତି ମୁଦୁଲି , ଜେ .ରଂଜିତ କୁମାର ଓ ଜେ .ସୁନୀଲ କୁମାର ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।