Odiapua.com

ପୁଣି ତେଜିଲା ଜଗନ୍ନାଥପ୍ରସାଦ ସୈରାତ ବିବାଦ, ନଦୀବନ୍ଧ ଗୋଡା ହଟାଇବା ଦାବିରେ ଶନିବାର ହେବ ଧାରଣା

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ଜଗନ୍ନଥପ୍ରସାଦ ବୈତରଣୀ ସୈରାତରୁ ବାଲି ଉତ୍ତୋଳନ ପାଇଁ ଜଳସମ୍ପଦ ବିଭାଗର ଅନୁମତି ବିନା ନିଲାମଧାରୀଙ୍କ ପକ୍ଷରୁ ନଦୀବନ୍ଧ ଗୋଡା ନିର୍ମାଣ କରାଯାଇଛି । ନଦୀବଦ୍ଧ ଦୁର୍ବଳ ଥିବା ଓ ଏହା ଉପରେ ଭାରି ଯାନ ଚଳାଚଳ ବନ୍ଧ ପ୍ରତି ବିପଦ ସୃଷ୍ଟି କରିବା ବିଭାଗ ସ୍ୱୀକାର କରିଛି । ତେଣ ୁ ଏହି ଗୋଡାକୁ ହଟାଇବା ଦାବିରେ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଶନିବାର ଆଖୁଆପଦା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବାକୁ ନିଷ୍ପତ୍ତି ହୋଇଛି । କମିଟିର ଆବାହକ ଅକ୍ଷୟ କୁମାର ତ୍ରିପାଠୀ ଏଥିନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ରଗତ ୩୦ ତାରିଖରେ ପ୍ରଦାନ କରିଥିଲେ । ମାତ୍ର ବିଭାଗ କର୍ଣ୍ଣପାତ ନକରିବାରୁ ଶନିବାର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ସୂଚନା ପ୍ରଦାନ କରିଛି ।