ହାଟଡ଼ିହି,୧୭ /୮/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପୁଅ ମଦ ପିଇବା ପରେ ହିତାହିତ ଜ୍ଞାନ ହରାଇ ବସୁଛି । କଥା କଥା କେ ନିଜ ବୃଦ୍ଧା ମା’ ଓ ଭିନ୍ନକ୍ଷମ ବାପ କୁ ମାଡ ମାରୁଛି । ଏପରିକି ଅନେକ ସମୟରେ ଖାଇବା କୁ ଗଣ୍ଡିଏ ଦେଉନାହିଁ । ଏଭଳି ଅଭିଯୋଗ ନେଇ ଆଜି ଆନନ୍ଦପୁର ଥାନା ଡଙ୍କିଆ ଗାଁ ର ବୃଦ୍ଧ ଦମ୍ପତି ନିତ୍ୟାନନ୍ଦ ପାତ୍ର ଓ ସ୍ତ୍ରୀ ଜୁଳ ପାତ୍ର ଥାନା ଦୁଆରେ ଥାନା ବାବୁ ଙ୍କୁ ଭେଟିବାକୁ ଅପେକ୍ଷା କରିଥିବା ଦୃଷ୍ୟ ବେସ୍ ହୃଦୟ ବିଦାରକ ରହିଥିଲା । ନିଜ ପେଟକୁ କାଟି ଖୁଆଇ ପିଆଇ ଏତେବଡ କଲାପରେ ପରିଣତ ବୟସରେ ପୁଅ ର ମା ବାପା ଙ୍କ ପ୍ରତି ଏଭଳି ଆଚରଣ କୁ ନେଇ କୋହ ଭରା କଣ୍ଠରେ ଅଭିଯୋଗ କରିଛନ୍ତି ଏହି ବୃଦ୍ଧ ଦମ୍ପତି । ଆନନ୍ଦପୁର ଥାନା ଅଧିକାରୀ ଏନେଇ ତୁରନ୍ତ କାର୍ୟ୍ୟାନୁଷ୍ଠାନର ପ୍ରତିସୃତି ଦେଇଛନ୍ତି