Odiapua.com

ପିତାଗୁଡା ରାସ୍ତା ଦୁର୍ଘଟଣା ; ଶବ ବ୍ୟବଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର

କୋରାପୁଟ ; ତା୩୦-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ )ସେମିଲିଗୁଡା ବ୍ଲକ ଅନ୍ତର୍ଗତ ପିତାଗୁଡା ପୋଲ ନିକଟରେ ଗତକାଲି ଅପାରହ୍ନରେ ଏକ କାର ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିଲେ ।ଆଜି ସକାଳେ କୋରାପୁଟ ହସପିଟାଲରେ ମୃତ ଜୟପୁରର ଅଂକିତ ସାମନ୍ତରାୟଙ୍କ ଶବ ବ୍ୟବଛେଦ କରାଯାଇ ପୋଲିସ ପରିବାରବର୍ଗଙ୍କ ମୃତଦେହ ହସ୍ତାନ୍ତର କରିଥିଲେ ବୋଲି ଜଣାପଡିଛି ।ଜୟପୁର ଓ କୋରାପୁଟର ୫ ଜଣ ଯୁବକ/ଯୁବତୀ ଏକ କାରରେ ଡ ୁମୁରିପୁଟ , ଦାମନଯୋଡି , ରାଣିଡୁଡୁମା ଓ ନନ୍ଦପୁର ବତିଶସିଂହାସନ ପରିଦର୍ଶନ କରି ଫେରୁଥିବା ସମୟରେ ପିତାଗୁଡା ପୋଲ ନିକଟରେ କାରଟି ଦୁର୍ଘଟଣାଗସ୍ତ ହୋଇ ୨୦ ଫୁଟ ତଳକୁ ଖସି ପଡିଥିଲା ।ଏହି ଦୁର୍ଘଟଣାରେ ଜଣେ ଆହତ ହୋଇ କୋରାପୁଟ ହସପିଟାଲରେ ଚିକିସôାଧିନ ଥିବା ଜଣାପଡିଛି ।