Odiapua.com

ପିଣ୍ଡ ଦାନ କରି ଫେରିବା ବେଳେ ଦୁର୍ଘଟଣା, ୨ ମୃତ

କେନ୍ଦୁଝର,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଟ୍ରକ ସହ ଟ୍ରାଭେଲର ଗାଡ଼ି ଧକ୍କା । ଫଳରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ୬ ଜଣ ଆହତ ଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବନନ୍ଦପୁରର ବୀରଗୋବିନ୍ଦପୁର ନିକଟ ଜାତୀୟ ରାଜପଥ-୨୦ରେ । ମୃତକ  ହେଲେ ମହେଶ ପଣ୍ଡିତ ଓ ମୋତି ସିଂ। ଆହତମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସମସ୍ତ ଙ୍କ ଘର ମଧ୍ୟପ୍ରଦେଶ ଗୁନା ଅଞ୍ଚଳରରେ ବୋଲି ଜଣାପଡ଼ିଛି। ଗାଡ଼ିରେ ମୋଟ ୧୧ ଜଣ ଯାତ୍ରୀ ଥିଲେ। ଗତକାଲି ସେମାନେ ଗୟାରେ ପିଣ୍ଡଦାନ କରି ଘରକୁ ଫେରୁଥିଲେ। ତେବେ ରାତି ପ୍ରାୟ ୯ଟା ବେଳେ ବୀରଗୋବିନ୍ଦପୁର ନିକଟରେ ସେମାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ମହେଶ ଓ ମୋତିଙ୍କର ମୃତ୍ୟୁ ଘଟିଥିଲା

ଭାଇଙ୍କୁ ଗାଳି, ଭାଉଜଙ୍କୁ ଶାଢ଼ୀ! ବାଃ, ରେ ଦିଦି…