Odiapua.com

ପାଡ଼ୁଆ ବୃହଦାକାର ସମବାୟ ସମିତିର ସଭାପତିଙ୍କ ଦାଇତ୍ୱ ଗ୍ରହଣ

କୋରାପୁଟ:୪/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ପାଡ଼ୁଆ ବୃହଦାକାର ବହୁମୁଖୀ ସମବାୟ ସମିତିର ସଭାପତି ଶ୍ରୀ ଗୋପୀନାଥ କାର୍ତ୍ତୃଲ ନିର୍ବାଚନ ଲଢ଼ି ନିକଟତମ ପ୍ରତିଦ୍ୱନ୍ଦୀ ତଥା ପୂର୍ବତନ ସଭାପତି ଶ୍ରୀ ରାଜକିଶୋର ନାୟକଙ୍କୁ ୪ଖଣ୍ଡ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଥିଲେ। ବୁଧବାର ସଭାପତି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି। ଉପ ସଭାପତି ଶ୍ରୀ ମୋତି ସୁଭଦ୍ରା କୁରେସି ସମେତ ୧୪ଜଣ ନବ ନିର୍ବାଚିତ ନିର୍ଦ୍ଦେଶକ ଓ ବହୁସମର୍ଥକଙ୍କ ସହ ପାଡ଼ୁଆ ଲ୍ୟାମ୍ପସ କାର୍ଯ୍ୟଳୟକୁ ଆସି ସଭାପତି କକ୍ଷରେ ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଚାଷୀମାନେ ଋଣ ପାଇଁ ଆବେଦନ କରୁଥିବା ବେଳେ ପରିଚାଳନା କମିଟି ସୁପାରିଶ କ୍ରମେ ଅନୁମୋଦନ କରାଯିବ ଏବଂ ଚାଷ ଉପରେ ଯେଉଁ ସବୁ ଯୋଜନା ସମବାୟ ସମିତି ମାଧ୍ୟମରେ ତାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। ଚାଷି ପଞ୍ଜିକରଣ ଜୁଲାଇ୧୫ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ହୋଉଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଷୀଙ୍କୁ ନିବେଦନ କରିଛନ୍ତି। ଦାଇତ୍ୱ ଗ୍ରହଣ ସମୟରେ ସମସ୍ତ ନିର୍ବାଚିତ ନିର୍ଦ୍ଦେଶକ ଓ ବ୍ଲକ ଅଧ୍ୟକ୍ଷା ଶ୍ରୀ ମୋତି ସାବେତ୍ରୀ କାର୍ତ୍ତୃଲ ଜାନାମ, ବିଜେଡ଼ି ନେତା ସୁରେଶ ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ହାନ୍ତାଳ, ମଧୁସୂଦନ ଦୋରା, କାମେଶ୍ୱର କାର୍ତ୍ତୃଲ ସମବାୟ ସମିତିର ସମ୍ପାଦକ ରାମଚନ୍ଦ୍ର ଖେମୁଣ୍ଡୁ, ସଭାପତି ଶ୍ରୀ ଗୋପୀନାଥ କାର୍ତ୍ତୃଲ ଓ ଉପ ସଭାପତି ସୁଭଦ୍ରା କୁରେସି ଙ୍କୁ ପୁଷ୍ପ ଗୁଛ ଦେଇ ସମ୍ମାନୀତ କରିବା ସହିତ ପାଛଟି ନେଇ ଶପଥ ପାଠ କରାଇଥିଲେ, ଓ ଲ୍ୟାମ୍ପସ କର୍ମଚାରୀ ଉପସ୍ଥିତ ରହିଥିଲେ।