Odiapua.com

ପାଲିବାଠାରେ ପୁସିଂ ବ୍ରିଜ ନିର୍ମାାଣ କରିବାକୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲେ

କୋରାପୁଟ ୨୫-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ କୁମାରଗନ୍ଧଣା,ବନମାଳିପୁଟ ଓ ଉମ୍ବେଲ ପଂଚାୟତର ଗ୍ରାମବାସୀମାନେ ପାଲିବାଠାରେ ଏକ ପୁସିଂ ବ୍ରିଜ ନିର୍ମାଣ କରିବାକୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।ପାଲିବା ରେଳଲାଇନ ଦେଇ ୫୦ ଖଣ୍ଡ ଗ୍ରାମାବସୀ ଯାତାୟତ କରିଥାନ୍ତି । ଯାତାୟତ ସମୟରେ ଦୁର୍ଘଟଣା ହୋଇଥିବା ଗ୍ରାମବାସୀ ଜଗନ୍ନାଥ ନାୟକ ଅଭିଯୋଗ କରିବା ସହ ତୁରନ୍ତ ପୁସିଂ ବ୍ରିଜ ନିର୍ମାଣ କରିବାକୁ ଦାବି କରିଛନ୍ତି ।ପୁସିଂ ବ୍ରିଜ ହେବ ବୋଲି ଜିଲ୍ଲାପାଳ ଆଶ୍ୱସନା ଦେଇଥିବା ସେ ପ୍ରକାଶ କରିଛନ୍ତି ।ପାଲିବା ରେଳ ଷ୍ଟେସନଠାରେ ଏକ ପୁସିଂ ବ୍ରିଜ ନିର୍ମାଣ କରିବାକୁ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣେଇଥିଲେ ।ଯଦି ପୁସିଂ ବ୍ରିଜ ନିର୍ମାଣ ନ ହୁଏ ତେବେ ଏକ ଓଭରବ୍ରିଜ ନିର୍ମାଣ କରିବାକୁ  ସେ ଦାବି କରିଥିଲେ ।ପୁସିଂ ବ୍ରିଜ ନିର୍ମାଣର ଅଟକଳ ରେଳବାଇ ବିଭାଗ ଜିଲ୍ଲା ପ୍ରଶାସନକୁ ଦେବାପରେ ମୁଖ୍ୟମନ୍ତ୍ରୀଙ୍କୁ କହି ନିର୍ମାଣ କରାଯିବ ବୋଲି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ ପ୍ରକାଶ କରିଛନ୍ତି ।