Odiapua.com

ପାନୀୟ ଜଳ ସଙ୍କଟ ନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ

କୋରାପୁଟ ୦୯-୦୪ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକ ପାଇକଫୁଲବେଡା ଗ୍ରାମବାସୀ ଜିଲା ପ୍ରଶାସନ ଦ୍ୱାରସ୍ଥ ହୋଇ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ନିବଦେନ କରିଛନ୍ତି ।   ପୁର୍ବତନ ବିଧାୟକ ନିମାଇଁ ସରକାରଙ୍କ ନେତୃତ୍ୱରେ ଗ୍ରାମର  ଡମ୍ବରୁ କୁମ୍ଭାର, ଶାନ୍ତି ରାଉତ,  ତିଲୋତମା ଗାଦବା,  ଶ୍ୟାମ ସୁନ୍ଦର କୁମ୍ଭାର,  କୁନି ପାଇକ,  ଶଶି କୁମ୍ଭାର, ଗୈାରୀ  କୁମ୍ଭାର ଆଦି ଶତାଧିକ ଗ୍ରାମବାସୀ  ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଚିଂ ଜିଲାପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବୀପତ୍ରରେ ଦର୍ଶାଇଛନ୍ତି ଯେ ପାଇକଫୁୁଲବେଡା ପଚାଂୟତରେ  ସଦର ମହକୁମ୍ମାରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବାବେଳେ ବିଶେଷ କରି କୁମ୍ଭାର ସାହିରେ ୬୦ ଜଣ ପରିବାରକୁ ଗୋଟିଏ ମାତ୍ର ନଳକୁପ  ଥିବାରୁ ଏବଂ ଖରା ଦିନେ ଅଳ୍ପ କିଛି ପାଣି ବାହାରିବା ପରେ ପାଣି ଶୁଖି ଯାଉ ଥିବାରୁ ଲୋକେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଏହି ପତ୍ରରେ ଦର୍ଶାଇଛନ୍ତି । ତେଣୁ ଗ୍ରାମବାସୀଙ୍କୁ ଜଳ କଷ୍ଟରୁ ଉଦ୍ଧାର କରିବାକୁ ଜିଲା ପ୍ରଶାସନ ଦୃଷ୍ଟି ଦୋବକୁ ଦାବି କରାଯାଇଛି ।