Odiapua.com

ପାତାଳୀ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

କୋରାପୁଟ ୧୧-୦୪(ଓଡିଆ ପୁଅ /ରଂଜନ ଦାସ)ପାଡୁଆ ଥାନା ଅନ୍ତର୍ଗତ ପାତାଳୀ ନଦୀରେ ବୁଡି ଯାଇ ରବିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛିି । ମୃତ ଯୁବକ ଜଣକ  ସିରଜଗୁଡା ଗ୍ରାମର ବାସନା ସିଦେରୀ (୪୨)  ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମୃତ ଯୁବକ ରବିବାର ପୂର୍ବାହ୍ନରେ  ନିଜ ଗାଁକୁ ଯିବା ପାଇଁ ଦୋରାଗୁଡା ଘାଟରୁ  ନଦୀରେ ବୁଡି ପାରି ହେଉଥିବାବେଳେ ବୁଡି ଯାଇଥିଲେ ।ଦୋରାଗୁଡା ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ନନ୍ଦପୁର ଅଗ୍ନୀଶମ ବାହିନୀ ପହଂଚି  ନଦୀରୁ ମୃତଦେହ ଉଦ୍ଧାର କରିଥିଲେ ।