Odiapua.com

ପାତାଳୀ ନଦୀରୁ ୩ ଦିନ ପରେ ମିଳିଲା ପ୍ରହଲ୍ଲାଦଙ୍କ ମୃତଦେହ

କୋରାପୁଟ ୧୭-୦୪(ଓଡିଆ ପୁଅ /ରଂଜନ ଦାସ)ଗତ ୧୪ ତାରିଖ ଦିନ ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ଓୟାଲା ଗ୍ରାମର ପ୍ରହଲ୍ଲାଦ ପାଙ୍ଗୀ ବୁଡି ଯାଇଥିଲେ ।୧୫ ତାରିଖ ଦିନ ସ୍ତ୍ରୀ ମଣି ପାଙ୍ଗୀ ପାଡୁଆ ଥାନାରେ ଏତାଲା ଦେବା ପରେ ଏକ କେସ କରାଯାଇ ଘଟଣାର ତଦନ୍ତ କରାଯାଇ ପୋଲିସ , ଅଗ୍ନିଶମ ଓ  କୋରାପୁଟ ଓଡ୍ରାଫ  ଦଳ ଦ୍ୱାରା ପାତାଳୀ ନଦୀରେ ଖୋଜାଖୋଜି କରାଯାଇଥିଲା ।ଆଜି ଅପରାହ୍ନରେ ମୃତଦେହ ଉଦ୍ଧାର କରାଯାଇଥିଲା ବୋଲି ଏସଡିପିଓ  ସଂଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ସେ ପ୍ରକାଶ କରିଛନ୍ତି ।