Odiapua.com

ପାଡୁଆରେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ରାଜ୍ୟ ସରକାରଙ୍କ ପେନସନ ନେଉଛନ୍ତି

କୋରାପୁଟ ୦୨-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ଓସାଟ ଆନୁକୁଲ୍ୟରେ ନନ୍ଦପୁର ବ୍ଲକର ପାଡୁଆ ପଂଚାୟତରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଦିଆଯାଉଥିବା ପେନସନ ଓ ମନରେଗା ଉପରେ ଗ୍ରାମସଭା କରାଯାଇଥିଲା।୬ ଜଣ ରେଳବାଇର ଅବସରପ୍ରାପ୍ତ କର୍ମଚାରୀ ପେନସନ ନେଉଥିବା ବ୍ଲକ ସାମାଜିକ ସମୀକ୍ଷକ ନବିନ ଖରା ସୂଚନା ଦେଇଥିଲେ।ସେହିପରି ଧନୀ ଶ୍ରେଣୀର ୧୨ ଜଣ ବ୍ୟକ୍ତି ପେନସନ ନେଉଥିବା ବେଳେ ୩ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ସୁଦ୍ଧା ପେନସନ ନେଉଥିବା ସେ ପ୍ରକାଶ କରିଥିଲେ।ଏ ସଂପର୍କରେ ଜିଲ୍ଲା ସାମାଜିକ ସମୀକ୍ଷକ ଅନିଲ କୁମାର ମହାରଣାଙ୍କୁ ପଚାରିବାରେ ବ୍ଲକରୁ ରିପୋର୍ଟ ଆସିଲାପରେ କାଯର୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ସଂପୃକ୍ତ ବିଭାଗକୁ ଚିଠି ଦିଆଯିବ ବୋଲି ପ୍ରକାଶ କରିଥିଲେ।