Odiapua.com

ପରବ-୨୦୧୮- କୋଟିଆ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ

କୋରାପୁଟ ୨୪-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଆସନ୍ତା ୨୮ ତାରିଖରେ କୋଟିଆର ସୁନାପାହାଡଠାରେ କୋରାପୁଟ ଜିଲ୍ଲାର ଗଣପର୍ବ ପରବ-୨୦୧୮ ର ଶୁଭାରମ୍ଭ କରାଯିବାକୁ ଥିବା ବେଳେ ଆଜି ଅପାରହ୍ନରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି କୋଟିଆ ଯାଇ ସ୍ଥିତିକୁ ପରଖି ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।ଶୁଭାରମ୍ଭକୁ ମାତ୍ର ୨ ଦିନ ଥିବା ବେଳେ କୋରାପୁଟ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତିଙ୍କ ସହ ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଏସଓଜି ଦୁର୍ଗପତି ଆଶିଷ କୁମାର, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ପ୍ରମୁଖ କୋଟିଆରେ ପହଂଚି ସଭାମଂଚ, ଜଗନ୍ନାଥ ମନ୍ଦିର, ପାର୍କିଂ ସ୍ଥାନ ଇତ୍ୟାଦି ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଥିଲେ।ବିଡିଓ କରୁଣାକର ପ୍ରଧାନ, କନିଷ୍ଠଯନ୍ତ୍ରୀ ବି .କେ.ନନ୍ଦ ଜିଲ୍ଲାପାଳଙ୍କୁ ସମସ୍ତ ବିଷୟ ଉପରେ ଆଲୋକପାତ କରିଥିଲେ।