Odiapua.com

ପରବ-୨୦୧୮ ଉଦଯାପିତ ; ତାରା ,ଚନ୍ଦ୍ର ଓ ଝିନ୍ନ ନାଚିଲେ ଜନତା ଝୁମିଲେ

କୋରାପୁଟ;୧୯-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ) ରବିବାର କୋରାପୁଟ ଜିଲାର ଲୋକ ମହୋସôବ ପରବ-୨୦୧୮ ଉଦଯାପୀତ ହୋଇଛି । ଜିଲାପାଳ ତଥା ପରବ କମିଟି ଅଧ୍ୟକ୍ଷ କେ.ସୂଦର୍ଶନ ଚକ୍ରର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ କୋରାପୁଟ ସାଂସଦ ଝିନ୍ନ ହିକକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝ.କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଚିଦାନନ୍ଦ ମହାନ୍ତି,ନାଲକୋ ନିର୍ବାହି ନିଦେ୍ର୍ଦଶକ ଦିଲ୍ଲିପ କୁମାର ମହାନ୍ତି,ହାଲ୍ ନିର୍ବାହି ନିଦେ୍ର୍ଦଶକ ଦେବାଶିଷ ଦେବ, ବିଏସଏଫ ଡିଆଇଜି ଏ.ଶ୍ରୀନିଭାସ୍,ଅତିରିକ୍ତ ଏସପି ସାଗରିକା ନାଥ , ଅତିରିକ୍ତ ଏସପି(ଅପରେସନ) ନିରଂଜନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କୋରାପୁଟର ଦୃଷ୍ଟିହୀନ କଣ୍ଠଶିଳ୍ପୀ ଭୀମସେନ ମହାରଣାଙ୍କୁ ପରବ ସମ୍ମାନରେ ସମ୍ମାନୀତ କରା ଯାଇଥିଲା । ଉଦଯାପନୀ ସଂନ୍ଧ୍ୟାରେ କୋରାପୁଟ ସାଂସ୍କୃତିକ ପରିଷଦ ଦ୍ୱାରା ପରିବେଷଣ କରା ଯାଇଥିବା ପାନି ମାରିଗଲା ଝାଇଁ ଓ ଢେମାସା ଗୀତର ତାଳେତାଳେ କଳାକାରଙ୍କ ସହ ସାଂସଦ ହିକକା,ବିଧାୟକ ବାହିନୀପତି ଓ ଚନ୍ଦ୍ର ଶେଖରଙ୍କ ଢେମଶା ନୃତ୍ୟ ଦର୍ଶଙ୍କ ଓ ଅତିଥି ମାନଙ୍କୁ ବେଶ୍ ଆନନ୍ଦ ଦେଇଥିଲା ବେଳେ ଜନତା ଏଥିରେ ଝୁମିଥିଲେ ବୋଲି ଜଣାପଡିଛି । ସଫଳତାର ସହ ପରବ ଆୟୋଜନ କରିଥିବାରୁ ସାଂସଦ ଓ ଦୁଇ ବିଧାୟକ ଜିଲାପାଳଙ୍କୁ କୃତଜ୍ଞତା ଜଣାଇବା ସହ କୋରାପୁଟର ପରବ ଆଜି ଜାତୀୟ ସ୍ତରରେ ଖ୍ୟାତିଲାଭ କରିଥିବା କହିଥିଲେ । ସେହିପରି ଗଂଜାମର ଯୋଡିଶଂଖ,ଆନ୍ଧ୍ର ପ୍ରଦେଶର ଡାପୁ,ରାଜସ୍ଥାନର ଘୁମର୍ ଦର୍ଶକଙ୍କୁ ମନୋରଂଜ କରି ପାରିଥିଲା । ସମାରୋହ ଶେଷରେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ । ପରବ ସରିଲା କିନ୍ତୁ ଉକ୍ତ ମଂଚରେ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀମାନେ ୨୦ ତାରିଖ ପର୍ଯ୍ୟନ୍ତ ନୃତ୍ୟ ପରିବେଷଣ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ପ୍ରକାଶ କରିଥିବା ବେଳେ ପଲ୍ଲିଶ୍ରୀ ମେଲା ୨୦ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ସେ ସୂଚନା ଦେଇଥିଲେ ।ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ କୋରାପୁଟ ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଭବାନୀଶଙ୍କର କାଲ , ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ , କଫି ବୋର୍ଡର ଏପିଡି ଡ. ଦୟାସିନ୍ଧୁ ବାଘ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି ହିମାଂଶୁ ଶତପଥି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।୩ ଦିନ କାର୍ଯ୍ୟକ୍ରମରେ ଶୁଭମ ବେହେରା ଓ ଅନ୍ନଦା ରାୟ ମଂଚ ପରିଚାଳନା କରିଥିଲେ ।ଶେଷଦିନରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ , ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ,ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ପାଣିଗ୍ରାହୀ , ସ୍ୱତନ୍ତ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ କମୁଲୁ ଜାନି , ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନି , ସୁନାବେଡା ମ୍ୟୁନସିପାଲଟି ଅଧ୍ୟକ୍ଷା ଶୁଭ୍ରଶ୍ରୀ ମଲ୍ଲିକ ,କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷା ମିନାକ୍ଷୀ ବାହିନିପତି , କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ପ୍ରମୁଖ ଉପସ୍ଥିତ ଥିଲେ ।