Odiapua.com

ପରବ ମଶାଲ ଗାଡି ଅପହରଣ ମାମଲାରେ ଜଣେ ଗିରଫ

କୋରାପୁଟ ; ତା୧୪-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲାର ଲୋକ ମହୋତ୍ସବ ପରବ-୨୦୧୮ର ମଶାଲ ନେଇ ଯାଉଥିବା ଗାଡି ଅପହରଣ ମାମଲାରେ ନନ୍ଦପୁର ପୁଲିସ ଜଣକୁ ଗିରଫ କରିତିବାବେଳେ ଅନ୍ୟ ୫ଜଣ ଏବେବି ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତ ହେଲେ ପିଂଟୁ ଗୁନେଇପାଡିଆ। ୨୦୧୮ ନଭେମ୍ବର ୪ତାରିଖରେ ନନ୍ଦପୁର ବ୍ଲକ ସ୍ତରୀୟ ପରବ ନିମନ୍ତେ ମଶାଲ ନେଇ ଆସୁଥିବା ଏକ ବଲେରୋ ଜିପକୁ ପିଂଟୁ ଓ ତାର ଅନ୍ୟ ୫ଜଣ ସହଯୋଗି ନନ୍ଦପୁର-ପାଡୁଆ ରାସ୍ତାର ଲୋହାବା ଛକରୁ ଅପହରଣ କରି ନେଇଥିଲେ। ନନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା(କେଶ୍ ନଂ-୯୮/୨୦୧୮)ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ପୁଲିସ ବଲେରୋ ଗାଡି ଉଦ୍ଧାର କରିଥିବାବେଳେ ଆଜି ପିଂଟୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପିଂଟୁ ଠାରୁ ପୁଲିସ ବଲେରୋ ଜିପ ଡ୍ରାଇଭରର ମୋବାଇଲ ଫୋନ ଜବତ କରିଛି।