Odiapua.com

ପରବ ଉପଲକ୍ଷେ ସୁନାବେଡାଠାରେ ପଥ ଉତ୍ସବ

କୋରାପୁଟ ; ତା୦୪-୧୧-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପରବ ଉପଲକ୍ଷେ ସୁନାବେଡାଠାରେ ପଥ ଉତ୍ସବ ଅନୁଷ୍ଟିତ ହୋଇଯାଇଛି।ସୁନାବେଡା ମ୍ୟୁନସିପାଲଟି ଆନୁକୁଲ୍ୟରେ ଆୟୋଜିତ ଉତ୍ସବରେ କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥି ଓ ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।ପଥ ଉତ୍ସବରେ ରଙ୍ଗୋଳି, ଆତ୍ମକୈାଶଳ, ସଂଗୀତ, ନୃତ୍ୟ, ଯୋଗ ପ୍ରଭୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପ୍ରଥମ ଥର ପାଇଁ ସୁନାବେଡାଠାରେ ହୋଇଥିବା ପଥ ଉତ୍ସବକୁ ବାସିନ୍ଦାମାନେ ଭରପୂର ମଜା ନେଇଥିଲେ।୨ ବିଜେଡି ନେତା କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ନୃତ୍ୟ କରୁଥିବା ନଜର କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ମ୍ୟୁନସିପାଲଟି ଅଧ୍ୟକ୍ଷ ଶୁଭ୍ରଶ୍ରୀ ମଲ୍ଲିକ, ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର, ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ, ଉପସଭାପତି ଭରତ ମଲ୍ଲିକ ଓ କର୍ମଚାରୀବୃନ୍ଦ ଯୋଗଦେଇ ପରିଚାଳନା କରିଥିଲେ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ବିଜେଡି ନେତା ରଘୁରାମ ମାଛ, ତ୍ରୀନାଥ ପାତିକା, ଲଲାଟ ରଂଜନ ସେଠୀ ପ୍ରମୁଖ ପଥ ଉତ୍ସବ ପରିଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବେଳେ ସମସ୍ତଙ୍କ ସହଯୋଗରେ ସଫଳ ହୋଇଥିବାରୁ ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ଓ ଅଧ୍ୟକ୍ଷା ଶୁଭ୍ରଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।