Odiapua.com

ପରବର ଦ୍ୱିତୀୟ ସଂନ୍ଧ୍ୟା ; ଡ.ମାଳବିକା ମିତ୍ର ପରବ ଶାବରୀ ସମ୍ମାନରେ ସମ୍ମାନ୍ନିତ

କୋରାପୁଟ;ତା୧୮-୧୧-୧୮ (ଓଡିଆପୁଅ/ରଂଜନ କୁମାର ଦାସ)ରାଜ୍ୟସ୍ତରୀୟ ଲୋକ ମହୋସôବ ପରବ-୨୦୧୮ର ଦ୍ୱିତୀୟ ସଂନ୍ଧ୍ୟା ହଜାର ହଜାର ଲୋକଙ୍କ ସମାଗମରେ ଅନୁଷ୍ଠିତ ହୋଇଛି । ଜିଲାପାଳ ତଥା ପରବ କମିଟି ଅଧ୍ୟକ୍ଷ କେ.ସୂଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ରାୟଗଡା ଜିଲାପାଳ ପୁନମ ଗୁହା ତାପସ କୁମାର,ନବରଙ୍ଗପୁର ଜିଲାପାଳ ଡଃ.ଅଜିତ କୁମାର ମିଶ୍ର, କୋରାପୁଟ ଏସପି ଡା.କେ.ଭି.ସିଂହ, ଅତିରିକ୍ତ ଏସପି ସାଗରିକା ନାଥ,ଏସଓଜି କମାଣ୍ଡାଂଟ ଆଶିଷ କୁମାର,କୋରାପୁଟ ଓଏସଏପି କମାଣ୍ଡାଂଟ ଭାଷ୍କର ସାହୁ, ଅତିଥି ଭାବେ ଯୋଗ ଦେଇଥିଲେ । ଦ୍ୱିତୀୟ ସଂନ୍ଧ୍ୟାରେ ମଧ୍ୟ ପରବ ମଂଚରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜସ୍ଥାନର ଭାୱାଇ, ପଂଜାବର ଲୋକନୃତ୍ୟ ଭାଙ୍ଗଡା,ବଲାଙ୍ଗିରର ଢାପନାଚ ଓ ଡଃ.ମାଳବିକା ମିତ୍ରଙ୍କ କଥକ୍ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିବାବେଳେ କର୍ଣାଟକର ଯକ୍ଷଗଣ,କାମସାଲେ,ଗଂଜାମର ଓଡିଶୀ,ତାଂଜାଭୋରର ବାଘନାଚ,ଆନ୍ଦ୍ର ପ୍ରଦେଶର ଭାରତ ନାଟ୍ୟ.ମହାରାଷ୍ଟ୍ରର କୋଲି ଓ ଏସସିଜେଡସିସିର ଲାଭାନୀ ଅଧିକ ଆକର୍ଷିତ ହୋଇଥିଲା । ଏହି ଅବସରରେ କଥକ ନୃତ୍ୟର ପ୍ରଚାର ପ୍ରସାଦ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ନୃତ୍ୟାଙ୍ଗନା ଡଃ.ମାଳବିକା ମିତ୍ରଙ୍କୁ ପରବ ଶାବରୀ ସମ୍ମାନରେ ସମ୍ମାନ୍ନିତ କରା ଯାଇଥିବାବେଳେ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବୈପାରିଗୁଡାର ଅନୀଲ ଚନ୍ଦ୍ର ଦାଶ ଏବଂ ସାହିତ୍ୟିକ ସୁବାସ ଚନ୍ଦ୍ର ମିଶ୍ର୍ରୁ ପରବ ସମ୍ମାନରେ ସମ୍ମାନୀତ କରା ଯାଇଥିଲା । ଅନ୍ୟ ପକ୍ଷରେ ପରବ ପଡିଆରେ ଚାଲିଥିବା ପଲ୍ଲିଶ୍ରୀ ମେଳା ମଧ୍ୟ ଖୁବ ଜମିବାରେ ଲାଗିଛି । ଜିଲା ତଥା ରାଜ୍ୟ ବାହାରୁ ଅନେକ କାରୁକାର୍ଯ୍ୟ,ହାତ ତିଆରି ସାମଗ୍ରୀ ମିଳୁଥିବାରୁ ଲୋକେ କିଣାକିଣିରେ ମାତି ରହିଥିବା ଦେଖିବାକୁ ମିଳିଛି ।