Odiapua.com

ପପ୍ ଷ୍ଟାର୍ ମାଡୋନା କରୋନା ପଜେଟିଭ୍ ..

ଭୁବନେଶ୍ୱର: ପ୍ରସିଦ୍ଧ ହଲିଉଡ୍ ଗାୟିକା ମାଡୋନା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଣ୍ଟିବଡି ପରୀକ୍ଷଣରେ ଏପରି ଜଣାପଡି଼ଥିବା କଥା ସେ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଜଣାଇବା ସହ ଏଥିନେଇ ସେ ଆଦୌ ବିଚଳିତ ନୁହେଁ ବୋଲି ମଧ୍ୟ କହିଛନ୍ତିା ନିଜର କ୍ୱାରାଣ୍ଟାଇନ୍ ଡାଇରିରେ ସେ ଏପରି ସ୍ବୀକାରୋକ୍ତି କରିବା ସହ କୋଭିଡ୍- ୧୯ ଆକ୍ରାନ୍ତ ପରିବେଶରେ କାର୍‌ ଝରକା ଖୋଲା ରଖିବା ପୂର୍ବକ ଦୀର୍ଘ ବାଟ ଗାଡି଼ ଚଳାଇ ମୁକ୍ତ ବାୟୁ ସେବନ କରିବେ ବୋଲି ମାଡୋନା କହିଛନ୍ତି।

ଆଣ୍ଟିବଡି ପରୀକ୍ଷଣ ପରେ ତାଙ୍କଠାରେ କରୋନାଭୂତାଣୁ ରହିଥିବା ସେ ସ୍ପଷ୍ଟ ହୋଇଥିଲେ ବୋଲି କହିଛନ୍ତିା କିନ୍ତୁ, ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି) ଅନୁଯାୟୀ ଆଣ୍ଟିବଡି ପରୀକ୍ଷାରେ ଜଣଙ୍କ ଶରୀରରେ ଏକ ନିର୍ଦ୍ଦିଷ୍ଟ ମାନର ପୁଷ୍ଟିସାର ବା ରୋଗ ପ୍ରତିଷେଧକର ଉପସ୍ଥିତିକୁ ଲକ୍ଷ୍ୟ କରି ସେ କୋଭିଡ୍–୧୯ ଦ୍ବାରା ଆକ୍ରାନ୍ତ କି ନାହିଁ ତାହା ସାଧାରଣତଃ ଜଣା ପଡି଼ଥାଏା ତେବେ ଏହି ରୋଗ ପ୍ରତିଷେଧକ ଶରୀରର ରୋଗ ପ୍ରତିରୋଧ ଶକ୍ତି ସହ ସମାନ କି ନୁହେଁ ତାହା ଏ’ ଯାଏ ଦୃଡ଼ ନିଶ୍ଚିତ ହୋଇନାହିାଁ -ଦେବଦତ୍ତ ରଥ

ହଠାତ୍ ଆସି ଯାଏନି ହାର୍ଟ ଆର୍ଟାକ୍: କିଛି ଦିନ ପୂର୍ବରୁ ଦେଖାଦିଏ ଏହିସବୁ ଲକ୍ଷଣ ..