Odiapua.com

ପଦ୍ମଶ୍ରୀ କମଳା ପୂଜାରୀ ଏସସିବିରେ ଭର୍ତ୍ତି

କୋରାପୁଟ : ୨୫/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଜୟପୁର ଜିଲ୍ଲା ଚିକିତ୍ସାଳୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ଚିକିତ୍ସାଧୀନ ଡାକ୍ତର ଏସସିବିକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ଆଜି ସକାଳୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥିତ ଏସସିବି ମେଡ଼ିକାଲକୁ ପଠେଇ ଦିଆଯାଇଛି। ଗତ ୨୧ ତାରିଖରେ ଜ୍ଵର ଓ ଝାଡ଼ା ବାନ୍ତି ହେବାରୁ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଳୟରେ ଭେଷଜ ମହିଳା ୱାର୍ଡରେ ଥିବା ୫ ନଂ କ୍ୟାବିନରେ ତାଙ୍କୁ ରଖାଯାଇ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ। ଚିକିତ୍ସା ପରେ ତାଙ୍କର ଝାଡ଼ା ବାନ୍ତି ଓ ଜ୍ଵର କମି ଯାଇଥିବା ବେଳେ ତାଙ୍କର ରକ୍ତ ଓ ପରିଶ୍ରା ପରୀକ୍ଷା କରିବାପରେ ୟୁରିଆ ଓ କେଟ୍ରିନ ଅଧିକ ଆସିବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥିତ ଏସିସିବିକୁ ସ୍ଥାନାନ୍ତର କରାଯାଇଛି।