Odiapua.com

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ଜୟପୁର ବିଧାୟକ ଭେଟିଲେ

କୋରାପୁଟ ୦୩-୦୨(ଓଡିଆ ପୁଅ /ରଂଜନ ଦାସ) ପଦ୍ମଶ୍ରୀ କମଳା ପୂଜାରୀଙ୍କୁ  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା  ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ବୁଧବାର ପୂର୍ବାହ୍ନରେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ସାକ୍ଷତ କରି ସ୍ୱାସ୍ଥ୍ୟାବସ୍ଥା  ପଚାରି ବୁଝିଛନ୍ତି । ପଦ୍ମଶ୍ରୀ କମଳା କିଡନୀ ଜନୀତ ସମସ୍ୟା ହେତୁ ମଙ୍ଗଳବାର ରାତ୍ରୀରେ ଏସଏଲଏନ ଏମସିଏଚରେ ଭର୍ତି ହୋଇଛନ୍ତି । ମେଡିକାଲ କଲେଜ ଡିନ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଳ ଏବଂ ଭେଷଜ ବିଭାଗର  ଆସୋସିଏଟ ପ୍ରଫେସର ଡାକ୍ତର ସଚ୍ଚିିଦାନନ୍ଦ ନାୟକଙ୍କ ସହ  ଶ୍ରୀ ଦାସବର୍ମା ଆଲୋଚନା କରିଥିଲେ ।ତାଙ୍କ ଚିକିତ୍ସାରେ ଅବହେଳା ରହିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।ପ୍ରତି ଘଂଟାରେ ନିରୀକ୍ଷଣ କରିବାକୁ ସେ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ ।ଅଧିକା ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସେ ପ୍ରକାଶ କରିଛନ୍ତିି ।  ଶ୍ରୀ ଦାସବର୍ମାଙ୍କ ସହ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ଲକ୍ଷ୍ମିପୁର ବିଧାୟକ ପ୍ରଭୂ ଜାନୀ,ବିଜେଡି ନେତା ଅଶ୍ୱିନୀ ସାହୁ , ଲଲାଟ ରଂଜନ ସେଠୀ ,ଉତ୍କଳ ରଂଜନ ନାୟକ ପ୍ରମୁଖ  କମଳାଙ୍କୁ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ,କୋରାପୁଟ ହସପିଟାଲର ପ୍ରଶାସିକା ମଧୁମିତା ନାୟକ , ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା  ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି  ମଧ୍ୟ ବୁଧବାର ପୂର୍ବାହ୍ନରେ ମେଡିକାଲ କଲେଜ ଓ ହସ୍ପିଟାଲରେ  କମଳାଙ୍କୁ  ସାକ୍ଷତ କରି ସ୍ୱାସ୍ଥ୍ୟାବସ୍ଥା  ପଚାରି  ବୁଝିବା ସହ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ଡାକ୍ତର ସଚ୍ଚିଦାନନ୍ଦ ନାୟକଙ୍କ ସହ ଚିକିତ୍ସା ସମ୍ପର୍କୀତ ଆଲୋଚନା କରିଥିଲେ ।ଡାକ୍ତରଙ୍କ ପରାମର୍ଶକ୍ରମେ ଯାହା କିଛି ନିଷ୍ପତି ନିଆଯିବ ବୋଲି ଶ୍ରୀ ବାହିନିପତି ପ୍ରକାଶ କରିଛନ୍ତି । ପୂର୍ବତନ ବିଧାୟକ ନିମାଁଇ ସରକାର, କଂଗ୍ରେସ ନେତା ରୂପକ ତୁରୁକ ,ରମେଶ ଖରା ପ୍ରମୁଖ  ହସ୍ପିଟାଲ ଗସ୍ତ କରି କମଳାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଜିଲ୍ଲାପାଳ ମଧୁସୂଦନ ମିଶ୍ର ମଧ୍ୟ ହସପିଟାଲ ଯାଇ କମଳା ପୂଜାରୀଙ୍କୁ ଭେଟି ଚିକିତ୍ସା ସମ୍ପର୍କରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।