Odiapua.com

ପଦ୍ମପୁର ଗ୍ରାମର ଝୋଟି ଓଡିଶା ତଥା ରାଜଧାନୀରେ  ଚମକିବ

କୋରାପୁଟ ୦୭-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଝୋଟି ଓଡିଶା ତଥା ରାଜଧାନୀରେ ଚମକିବ ବୋଲି ଓଡିଶା ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟନାୟକ ପ୍ରକାଶ କରିଛନ୍ତି ।
ଓଡିଶା ରାଜ୍ୟ ସରକାରଙ୍କ ଲଳିତ କଳା ଏକାଡେମୀ .ଓଡିଶା ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ପଦ୍ମପୁର ଗ୍ରାମରେ ଝୋଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।ଓଡିଶା ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ମହିଳାମାନେ ନିଜ ନିଜ ଘର ବାରଣ୍ଡାରେ ଝୋଟି ଅଙ୍କନ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ପଟନାୟକ ଘରକୁ ଘର ବୁଲିଝୋଟି ଦେଖିବା ସହ ଭାରତବର୍ଷରେ ଏଭଳି ଘରେ ଘରେ ପ୍ରତିଯୋଗିତା ବିରଳ ବୋଲି ପ୍ରକାଶ କରିଥିଲେ ।ଏହି ପ୍ରତିଯୋଗିତାରେ ଯଶସ୍ୱିନୀ ହନ୍ତାଲ ପ୍ରଥମ,ଶାନ୍ତିଲତା ଖେମୁଣ୍ଡୁ ୨ୟ ଓ ଅନ୍ନପୂର୍ଣ୍ଣା ଖେମୁଣ୍ଡୁ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଶ୍ରୀ ପଟନାୟକଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ।ଆଇଏଏସ ପ୍ରବୋସେନାରୀ ଭେଦ ଭୁଷଣ ,କୋରାପୁଟ ବିଡିଓ ନରେନ୍ଦ୍ର ନାୟକ,ସରପଂଚ ଲକ୍ଷ୍ମି ହଂଜରିଆ  ପ୍ରମୁଖ ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇଥିଲେ ।