Odiapua.com

ପଟ୍ଟାଙ୍ଗୀ ପୂର୍ବର୍ତନ  ବିଧାୟିକାଙ୍କ ପରଲୋକ

କୋରାପୁଟ ୨୫-୦୬(ଓଡିଆ ପୁଅ /ରଂଜନ ଦାସ) ବରିଷ୍ଠ କଂଗ୍ରେସ ନେତ୍ରୀ ପଟ୍ଟାଙ୍ଗୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାଉନ୍ତାଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ଶ୍ରୀମତୀ ସାଉନ୍ତାଙ୍କୁ ୮୩ ବର୍ଷ  ହୋଇଥିଲା । ଦୀର୍ଘ  ଦିନରୁ ସେ ଅସୁସ୍ଥ  ଥିଲେ । କୋରାପୁଟ ମେଡିକାଲ କଲେଜଓ ହସ୍ପିଟାଲରେ  କିଛି ଦିନର ଚିକିତ୍ସା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ମେଡିକାଲ ଟିମ ଶ୍ରୀମତୀ ସାଉନ୍ତାଙ୍କୁ  ନିଜସ୍ୱ ଗ୍ରାମ ସିପାଇପୁଟ ସ୍ଥିତ  ଘରେ ଚିକିତ୍ସା ସେବା ଦେଇ ଆସୁଥିଲେ ।  ସ୍ୱର୍ଗୀୟା ଚନ୍ଦ୍ରମା ସାଉନ୍ତା  ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୂଲାଇଥିଲା ବେଳେ ୧୯୮୦ରୁ ୧୯୯୦ ଯାଏ   ପଟ୍ଟାଙ୍ଗୀ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥିନୀ  ଭାବେ ଲଢି ନିର୍ବାଚିତ ହୋଇ ୨ଥର ବିଧାୟିକା ଓ  ୨୦୦୨ରୁ ୨୦୦୭ ଯାଏ କୋରାପୁଟ ଜିଲ୍ଲା ପରିଷଦ ସଭାପତି ଥିଲେ । ତାଙ୍କ ବିୟୋଗରେ  ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ୍‌,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,କୋରାପୁଟ ବିଧାୟକ ରଘୁରାମ ପଡାଲ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢି,ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ,ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ,ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପଣିଗ୍ରାହୀ , ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ,କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି , କଂଗ୍ରେସ ନେତା କୃଷ୍ଣ କୁଳଦୀପ,ଜଗଦିଶ ଖୋସ୍ଲା,ବାବୁଲା ବେନ୍ୟା ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି । ସିପାହୀପୁଟରେ ଅନ୍ତିମ ସଂସ୍କାର କରାଯାଇଥିଲା ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ସୁନାବେଡା ଏସଡିପିଓ  ମନୋଜ କୁମାର ବେହେରା ,ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ , ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ , ପଟ୍ଟାଙ୍ଗୀ ଏବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସରାୟ ପ୍ରମୁଖ ଉପସ୍ଥିତ ଥିଲେ ।