Odiapua.com

ପଟାଙ୍ଗୀ ଲ୍ୟାମ୍ପସ୍ ରେ ବୋର୍ଡ ବୈଠକ

ପଟାଙ୍ଗୀ ୨୯-୮ (ଓଡିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗୀ ସ୍ଥିତ ଲ୍ୟାମ୍ପ ପଟାଙ୍ଗିର କାର୍ଯ୍ୟଳୟ ଠାରେ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଟାଙ୍ଗି ଲ୍ୟାମ୍ପସ୍ ର ସଭାପତି ବେସୁ ଖିଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ସୁପରଭାଇଜର ଦିଗମ୍ବର ନାଏକ, ରିପ୍ରେଜେଷ୍ଟିଭ କେଶବ ନାଏକ, ବ୍ରାଞ୍ଚମେନେଜର ରାମଚନ୍ଦ୍ର ଜେନା, ଏମଡି ରାମଚନ୍ଦ୍ର ଖେମୁଡୁ, ଏବଂ ଡ୍ରାଇରେକ୍ଟର ବୃନ୍ଦଙ୍କ ଉପସ୍ଥିତରେ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ବିଷୟ ବସ୍ତୁ ଆଲୋଚନା ହୋଇଥିବା ନେଇ ଜଣାପଡିଅଛି। କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ସୁପର ଭାଇଜରଙ୍କର କହିବା ଅନୁଯାୟୀ ଉକ୍ତ ବୈଠକରେ ପୂର୍ବରୁ କାର୍ଯ୍ୟରତ ଏମଡି ସତ୍ୟ ପ୍ରକାଶ ମହାପାତ୍ର୨୫ଲକ୍ଷ ଆତ୍ମସାତ ଘଟଣା ଏବଂ ଅନ୍ୟ କର୍ମଚାରୀ ବସନ୍ତ କୁମାର ସାହୁ ଓ ରୂପପାଙ୍ଗି ସାର ଜାଲିଆତିର ତାଙ୍କ ଠାରୁ ଟଙ୍କା ଆଦାୟ ନିମନ୍ତେ ଥାନାରେ ଏତଲା ପ୍ରଦାନ ନିମନ୍ତେ କୁନ୍ଦୁଲି ଠାରେ ୫୦ଡ଼ିସିମିଲ ଜାଗାରେ ଗୋଦାମ ଓ ମାର୍କେଟ କମପ୍ଲେକ୍ସ ନିର୍ମାଣ ଛଅ ପ୍ରତିଶତ ଅଧିକା ଥିବା ଯୋଗୁ ଅଧିକା ଋଣ ଆଦାୟ ଏବଂ ବଣ୍ଟନ ନିମନ୍ତେ ନିଷ୍ପତ୍ତି। ୧୩ ଜଣ ଏମଡି ନିମନ୍ତେ ଆବେଦନ କରିଥିବା ବେଳେ ପୂର୍ବତନ ଏମଡି ସରକାରଙ୍କୁ ଅର୍ଥ ଅଭାବ ବା ଚୟନ ବିରୋଧରେ ସ୍ଥାନୀୟ ଦୀପକ ଚୌଧୁରୀ ହାଇକୋର୍ଟର ଆଶ୍ରୟ ନେଉଥିବା ବେଳେ ହାଇକୋର୍ଟ ନିଷ୍ପତ୍ତି ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବା ନେଇ ଆଲୋଚନା ହୋଇଛି। ଗତ ସୁଙ୍କି ଲ୍ୟାମ୍ପର ବୋର୍ଡ ବୈଠକରେ ଆଲୋଚନା କରାଯାଇଥିବା ପେଟୁର ଗ୍ରାମ ପଞ୍ଚାୟତକୁ ସୁଙ୍କି ଲ୍ୟାମ୍ପର ଅଧୀନରେ ନିଆଯାଇଥିବା ନେଇ ଆଲୋଚନା କରାଯାଇଥିବା ସେ କହିଛନ୍ତି।